Below header

ଆଜିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ, ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ

ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ମୂଲ୍ୟାୟନ କାର୍ଯ୍ୟରେ ସାମିଲ ହେଉଛନ୍ତି । ଏଥିପାଇଁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ର ମାନଙ୍କରେ ଯୋଗ ଦେଇ ସାରିଛନ୍ତି।

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ମୂଲ୍ୟାୟନ କାର୍ଯ୍ୟରେ ସାମିଲ ହେଉଛନ୍ତି । ଏଥିପାଇଁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ର ମାନଙ୍କରେ ଯୋଗ ଦେଇ ସାରିଛନ୍ତି। ୧୫ଦିନ ମଧ୍ୟରେ ଏହି ମୂଲ୍ୟାୟନ କାର୍ଯ୍ୟ ଶେଷ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି ।

ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ୩୦୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହୋଇଥିଲା । ୫ ଲକ୍ଷ ୩୨ ହଜାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ, ୨୦୯୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ଓ ୭୧୮୧ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାୟନ କେନ୍ଦ୍ର ମାନଙ୍କରେ ପାନୀୟ ଜଳ ଓ ଆନୁଷଙ୍ଗିକ ସୁବିଧା ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ପକ୍ଷରୁ କରାଯାଇଛି । ମେ’ ମାସ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.