କେନ୍ଦୁଝର ଡେଲି ମାର୍କେଟରେ ନିଆଁ, ୨୫ରୁ ୩୦ଟି ଦୋକାନ ଜଳିପୋଡି ପାଉଁଶ

ଆଜି ସକାଳୁ ସକାଳୁ ହଠାତ୍‌ କେନ୍ଦୁଝର ଡେଲି ମାର୍କେଟରେ ଅଗ୍ନିକାଣ୍ଡ ଘଟି ୨୫ରୁ ୩୦ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । କୌଣସି ଏକ ଦୋକାନରୁ ସଟ୍‌ସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଡେଲି ମାର୍କେଟରେ ନିଆଁ। ଆଜି ସକାଳୁ ସକାଳୁ ହଠାତ୍‌ ଅଗ୍ନିକାଣ୍ଡ ଘଟି ୨୫ରୁ ୩୦ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । କୌଣସି ଏକ ଦୋକାନରୁ ସଟ୍‌ସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଛୋଟ ଜାଗାରେ ଅନେକ ଦୋକାନ ଥିବାରୁ ନିଆଁ ସାଙ୍ଗେ ସାଙ୍ଗେ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ଅଳ୍ପ ସମୟ ମଧ୍ୟରେ ୨୫ରୁ ୩୦ଟି ଦୋକାନରେ ନିଆଁ ଲାଗିଯାଇଥିଲା।

ସ୍ଥାନୀୟ ଦୋକାନୀ , ଲୋକଙ୍କ ସହ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଅକ୍ଲାନ୍ତ ଉଦ୍ୟମ କରିଥିଲେ। ନିଆଁ କିଛି ପରିମାଣରେ ଆୟତ୍ତ ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇ ଯାଇଛି।