Below header

ଆଜି ଅପରାହ୍ନରେ ମଇଦାନରେ ମୁହାଁମୁହିଁ ହେବେ ଧୋନୀ ଏବଂ କୋହଲି, ସମ୍ମାନ ବଞ୍ଚାଇବା ପାଇଁ ଚେନ୍ନାଇ କରିବ ପ୍ରୟାସ

ଆଜି ଚଳିତ ଆଇପିଏଲରେ ଏକ ଲିଗ୍ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ପରସ୍ପରକୁ ଭେଟିବେ। ଚେନ୍ନାଇ ପାଇଁ ଏହି ମ୍ୟାଚ୍ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୧୧ମ୍ୟାଚରୁ ୩ ବିଜୟ ସହ ଦଳ ମୋଟ ୬ପଏଣ୍ଟ ପାଇ ଚେନ୍ନାଇ ପଏଣ୍ଟ ତାଲିକାର ତଳେ ରହିଛି। ପ୍ଲେ ଅଫ ମ୍ୟାଚରୁ ଦଳ ବାଦ୍‌ ପଡିଛି। ତଥାପି ଦଳ ସମ୍ପୂର୍ଣ୍ଣ ବାଦ୍ ପଡ଼ିନି। ସୁପର କିଙ୍ଗ୍ସର ଭାଗ୍ୟ ଏବେ ଆଜିର ମ୍ୟାଚ୍ ସମେତ ଶେଷ ୩ଟି ଯାକ ମୁକାବିଲାକୁ ଉନ୍ନତ ରନ୍ ରେଟରେ ଜିତିବା ଏବଂ ଅନ୍ୟ ଦଳ ଗୁଡ଼ିକର ଫଳାଫଳ ଉପରେ ନିର୍ଭରଶୀଳ ରହିଛି। ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ଆଜିର ମ୍ୟାଚ୍ ଜରିଆରେ ପ୍ଲେ-ଅଫ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଦଳ ମୋଟ ୧୪ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ମ୍ୟାଚ୍ ୩.୩୦ରୁ ଆରମ୍ଭ ହେବ ।

ipl

କୋହଲି ଟିମ୍‌ ଦୁବାଇରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚରେ ସୁପର କିଙ୍ଗ୍ସକୁ ୩୭ରନରେ ପରାଜିତ କରିଥିଲା । ଦଳ ତା’ର ପୂର୍ବ ୨ଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଦୃଢ଼ ମନୋବଳରେ ରହିଛି । ତେଣୁ କୋହଲି ବାହିନୀ ପୂର୍ବ ପ୍ରଦର୍ଶନ ଦୋହରାଇବା ନେଇ ପ୍ରସ୍ତୁତ ରହିଛି। ନାଇଟ୍ ରାଇଡର୍ସ ବିପକ୍ଷରେ ରୟାଲ୍ ଚ୍ୟାଲେଞ୍ଜର୍ସ ବୋଲିଂ ବିଭାଗ ଚମତ୍କାର ପ୍ରଦର୍ଶନ କରିଥିଲା।

ଚେନ୍ନାଇ ପାଇଁ ଚଳିତ ସିଜନ ବହୁତ ଖରାପ ରହିଛି। ଦଳ ୮ଟି ମ୍ୟାଚ୍ ହାରି ସାରିଛି । ଶେଷ ୩ଟି ମ୍ୟାଚରେ ସମ୍ମାନଜନକ ବିଜୟ ସହ ଅଭିଯାନ ଶେଷ କରିବା ମୁଖ୍ୟ ଲକ୍ଷ୍ୟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.