ଆଜି ରାଜ୍ୟରେ ୧୬୩୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ଜଣଙ୍କର ଯାଇଛି ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟର ୩୦ ଜିଲ୍ଲାରୁ  ୧୬୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ  କ୍ବାରେଣ୍ଟାଇନରୁ  ୯୫୫ ଜଣ  ଥିବା ବେଳେ   ୬୭୮ ଲୋକାଲ କଣ୍ଟାକ୍ଟ  କେସରୁ ଆକ୍ରାନ୍ତ ଅଛନ୍ତି।  ଆଜିର ଆକ୍ରାନ୍ତଙ୍କ ମିଶାଇ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୮୧ହଜାର ୨୧୫ରେ ପହଞ୍ଚିଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି  ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ  ବିଭାଗ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି  କଟକ ଜିଲ୍ଲାରୁ ୧୩୨ ଜଣ   ନୟାଗଡ଼ ଜିଲ୍ଲାରୁ ୨୩, ଗଞ୍ଜାମ ଜିଲ୍ଲାରୁ ୩୩, ବଲାଙ୍ଗୀର ଜିଲ୍ଲାରୁ ୮୦, ବାଲେଶ୍ବର ଜିଲ୍ଲାରୁ ୨୬, କୋରାପୁଟ ଜିଲ୍ଲାରୁ ୩୫, ଭଦ୍ରକରୁ ୨୧, ରାୟଗଡ଼ା ଜିଲ୍ଲାରୁ ୧୧, ପୁରୀ ଜିଲ୍ଲାରୁ ୫୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୬, ଜଗତସିଂହପୁର ଜିଲ୍ଲାରୁ ୭୯, ସମ୍ବଲପୁର ଜିଲ୍ଲାରୁ ୩୨, କଳାହାଣ୍ଡି ଜିଲ୍ଲାରୁ ୩୬, ଯାଜପୁର ଜିଲ୍ଲାରୁ ୪୩, କନ୍ଧମାଳ ଜିଲ୍ଲାରୁ ୨୪, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ମାଲକାନଗିରି ଜିଲ୍ଲାରୁ ୫୩, ଗଜପତି ଜିଲ୍ଲାରୁ ୧୩, ମୟୂରଭଞ୍ଜ ଜିଲ୍ଲାରୁ ୪୨ , ଝାରସୁଗୁଡ଼ା ଜିଲ୍ଲାରୁ ୫୪, ଢେଙ୍କାନାଳ ଜିଲ୍ଲାରୁ ୩୯, ନବରଙ୍ଗପୁର ଜିଲ୍ଲାରୁ ୪୧, କେନ୍ଦୁଝର ଜିଲ୍ଲାରୁ ୫୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୧୦୦, ବରଗଡ଼ ଜିଲ୍ଲାରୁ ୩୩, ନୂଆପଡ଼ା ଜିଲ୍ଲାରୁ ୮୯, ଦେବଗଡ଼ରୁ ୮ ଓ ବୌଦ୍ଧ ଜିଲ୍ଲାରୁ ୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ସେହିଭଳି ୨୪ ଘଣ୍ଟାରେ ୧୬ ଜଣ  କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.