ଏହି କୁନି ପିଲାଟି ଜିତିନେଲା ଲୋକଙ୍କ ହୃଦୟ, ଭିଡିଓ ଦେଖିଲେ ଆପଣ ମଧ୍ୟ କରିବେ ପ୍ରଶଂସା

ଆପଣ ଅନେକ ଭିଡିଓ ଦେଖିଥିବେ, ଭଲ ଖରାପ ଉଭୟ। କିଛି ଭିଡିଓ ଆମକୁ ଅନେକ କଥା ଶିକ୍ଷା ଦେଇଥାଏ। ଏବେ ଏମିତି ହିଁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି ଯାହାକୁ ଆମେ ଆପଣଙ୍କ ସାମ୍ନାକୁ ନିଶ୍ଚିତ ଆଣିବାକୁ ଚାହିଁଲୁ। ଏହି ସୁନ୍ଦର ଭିଡିଓଟି ଏବେ ଇଣ୍ଟରନେଟରେ ଲୋକଙ୍କ ହୃଦୟ ଜିତୁଛି। ହେଇପାରିଥାଏ ଏ ଭିଡିଓ ପୂର୍ବରୁ ଦେଖିଥିବେ କାହିଁକିନା ଏହା ବହୁତ ପୁରୁଣା। କିନ୍ତୁ ଯେତେବେଳେ ଏହା ପୁଣି ଥରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ସାଜିଛି, ଆମେ ବି ଚାହିଁଲୁ ଆପଣଙ୍କ ପାଖରେ ପହଁଚାଇବାକୁ।

ବିଶ୍ୱାସ କରନ୍ତୁ ଏ ଭିଡିଓ ଏତେ ସୁନ୍ଦର ଯେ ଆପଣ ଏକଦମ୍‌ ଖୁସି ହୋଇଯିବେ। ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ଛୋଟ ପିଲା ଅନ୍ୟ ପିଲାଙ୍କ ସହିତ ବସି ଖାଦ୍ୟ ଖାଉଛି। ଆଉ ତା ପାଖରେ ଆଉ ଜଣେ ଛାତ୍ର ବସିଛି। ଯାହାକୁ ସେ ନିଜ ହାତରେ ଖୁଆଇଦେଉଥିବା ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ ସେ ନିଜେ ବି ଖାଉଛି ଆଉ ତାକୁ ବି ଖୁଆଉଛି।

ଆଉ ଏ ଦୃଶ୍ୟ ସେଠାରେ ଥିବା କେହି ଜଣେ ବ୍ୟକ୍ତି କ୍ୟାପଚର କରି ନେଇଛନ୍ତି, ଯାହା ପରେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା। ବୋଧହୁଏ ଅନ୍ୟ ପିଲାଟି କୌଣସି ରୋଗରେ ଆକ୍ରାନ୍ତ ଅଛି ଯାହାଦ୍ୱାରା ସେ ନିଜ ହାତରେ ଖାଦ୍ୟ ଖାଇପାରୁନାହିଁ। ସେଥିପାଇଁ ସହପାଠୀ ତାକୁ ନିଜ ହାତରେ ଖୁଆଇ ଦେଉଛି।

ତେବେ ଏ ଦୃଶ୍ୟ ଦେଖି ବୁଝିସାରିଥିବେ ଯେ ଯେଉଁ କାମ ବଡମାନେ କରିବାକୁ କୁଣ୍ଠାବୋଧ କରୁଛନ୍ତି, ସେହି କାମକୁ ଜଣେ ଛୋଟ ପିଲାଟି ବହୁତ ଶ୍ରଦ୍ଧାରେ ସହ କରୁଛି। ୟାକୁ ହିଁ କୁହନ୍ତି ପ୍ରକୃତ ବନ୍ଧୁ। ଏଥିରୁ ଆପଣ ନିହାତି ଶିଖିଥିବେ ଯେ କୌଣସି ଅସହାୟଙ୍କୁ ଆମେ ଯଦି ସାହାଯ୍ୟ କରନ୍ତି ତାହେଲେ ଆମକୁ ଦିନେ ଦିନେ ସାହାଯ୍ୟ ମିଳିବ।

Leave A Reply

Your email address will not be published.