Below header

ଆରଏସ୍‌ଏସ୍‌ଏସର ପ୍ରତିଷ୍ଠା ଦିବସରେ ଚୀନକୁ ଟାର୍ଗେଟ୍ କଲେ ମୋହନ ଭଗବତ, କହିଲେ ଆମେ ଶାନ୍ତ, ଏହାର ଅର୍ଥ ନୁହେଁ ଆମେ ଦୁର୍ବଳ

କେନ୍ୟୁଜ୍(ବ୍ୟୁରୋ):  କରୋନା ମହାମାରୀ ସମୟରେ ଚୀନ୍‌ର ଭୂମିକା ସନ୍ଦେହଜନକ । ନିଜର ଆର୍ଥିକ ସାମରିକ ଶକ୍ତି ଯୋଗୁ ଭାରତ ସୀମାକୁ କିପରି ଆକ୍ରମଣ କରିବାକୁ ଚେଷ୍ଟା କରୁଛି ତାହା ସାରା ବିଶ୍ୱ ସାମ୍ନାରେ ସ୍ପଷ୍ଟ ହୋଇଛି । ବିଜୟା ଦଶମୀ ଓ ଆରଏସ୍‌ଏସ୍‌ଏସ୍ର ପ୍ରତିଷ୍ଠା ଦିବସ ଅବସରରେ ଏହା କହିଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗବତ ।

ମୋହନ ଭଗବତ କହିଛନ୍ତି, ଚୀନ୍‌ର ଏହି ଆକ୍ରମଣ ଆଗରେ ଭାରତ ସରକାର, ପ୍ରଶାସନ, ସେନା ଓ ଲୋକେ ଦୃଢତାର ସହ ଠିଆ ହୋଇଛନ୍ତି । ନିଜର ଆତ୍ମ ସମ୍ମାନ, ନିଷ୍ଠା ଓ ବିରିତ୍ୱର ପରିଚୟ ଦେଇଛନ୍ତି । ଏପରି ସ୍ଥିତିରେ ଆମ ସମସ୍ତଙ୍କୁ ସଜାଗ ରହିବା ସହ ଦୃଢ ହେବା ଆବଶ୍ୟକ । ଚାଇନାକୁ ଟାର୍ଗେଟ୍‌ କରି ମୋହନ ଭଗବତ କହିଛନ୍ତି, ଆମେ ଶାନ୍ତ, ଏହାର ଅର୍ଥ ନୁହେଁ ଆମେ ଦୁର୍ବଳ । ଏକଥା ଚୀନ୍‌ ବି ହୃଦୟଙ୍ଗମ କରି ସାରିଛି । ଭାରତର ସେନା ସଂପର୍କରେ ମୋହନ ଭଗବତ କହିଛନ୍ତି, ଚୀନ୍‌ ଆମ ସେନାର ଅଦମ୍ୟ ଦେଶପ୍ରେମ ଓ ବୀରତ୍ୱକୁ ଦେଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.