୩୦୦ ଡିଗ୍ରୀ ତାପମାତ୍ରାରେ ବି ବଞ୍ଚିପାରେ ଏହି ଜୀବ, ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ବ୍ୟବହାର ହେବ ଏହାର ଜିନ୍‌

ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ବର୍ତ୍ତିବା ବହୁତ ମୁସ୍କିଲ। ଏହାର ପ୍ରଭାବରେ ତ୍ୱଚାରେ କ୍ୟାନସର ସମେତ ଅନେକ ପ୍ରକାରର ରୋଗ ହେବାର ବିପଦ ରହିଥାଏ। କିନ୍ତୁ ନିକଟରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ପୃଥିବୀର ସବୁଠାରୁ କଠୋର ଜୀବ ‘ଓ୍ଵାଟର ବିଅର’ ଉପରେ ଏହି କିରଣ କୌଣସି କ୍ଷତି ପହଞ୍ଚାଇନଥାଏ। ଅଦ୍ଭୁତ ଭାବେ ଦେଖାଯାଉଥିବା ଏହି ଜୀବ ଟାର୍ଡିଗ୍ରେଡସ୍‌ କିମ୍ବା ମୋସ ପିଗ୍ଲେଟସ୍‌ ନାମରେ ବେଶ୍‌ ଜଣାଶୁଣା।

ସାଧାରଣତଃ ମଣିଷ ୩୫ରୁ ୪୦ ଡିଗ୍ରୀ ତାପମାତ୍ରା ହେଲେ ଚିନ୍ତିତ ହୋଇପଡିଥାଏ। କିନ୍ତୁ ଏହି ଜୀବ ୩୦୦ ଡିଗ୍ରୀ ସେଲସିୟସ ତାପମାତ୍ରାକୁ ମଧ୍ୟ ସହ୍ୟ କରିପାରେ। କେବଳ ଏତିକି ନୁହେଁ ଏହି ଜୀବ ଅନ୍ତରୀକ୍ଷର ଥଣ୍ଡା ଏବଂ ମରିୟାନା ଟ୍ରେଞ୍ଚ ଭଳି ଅଧିକ ପ୍ରେସର ଅଞ୍ଚଳରେ ଜୀବିତ ରହିପାରେ।

water

ଭାରତୀୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଜୀବ ଭିତରେ ଏକ ପ୍ରକାର ନୂଆ ଜିନ ଦେଖିବାକୁ ମିଳିଥିଲା, ଯାହାକୁ ପାରାମେକ୍ରୋବିୟଟସ’ କୁହାଯାଏ। ଏହା ଏକ ସୁରକ୍ଷାତ୍ମକ ଫ୍ଲୋରେସେଣ୍ଟ ଢାଲ। ଯାହା ଅତି ବାଇଗଣୀ ରେଡିଏସନକୁ ବିରୋଧ କରିଥାଏ। ଏହି ଜିନ ହାନିକାରକ ବାଇଗଣୀ ବିକରଣକୁ ଅବଶୋଷିତ କରି ତାହାକୁ ହାନିରହିତ ନୀଳ ରୋଶନୀ ରୂପେ ବାହାର କରିଥାଏ। ସେହିପରି ସାମାନ୍ୟ ଜୀବ ଏହି ହାନିକାରକ କିରଣରେ ୧୫ ମିନିଟ୍‌ ମାତ୍ର ବଞ୍ଚି ରହିପାରେ।

animal

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବାୟୋକେମିଷ୍ଟ ହରିକୁମାର ସୁମା ନିଜର ରିସର୍ଚ୍ଚ ପେପରରେ ଲେଖିଛନ୍ତି, ତାଙ୍କ ଅଧ୍ୟୟନରେ ଜଣାପଡିଥିଲା ଯେ ‘ପେରାମେକ୍ରୋବିୟୋଟସ’ର ନମୁନା ଅତିବାଇଗଣୀ ରଶ୍ମୀକୁ ଅତି ସହଜରେ ପ୍ରାକୃତିକ ପ୍ରତିଦିପ୍ତ ପ୍ରଦର୍ଶିତ କରିଥାଏ। ଯାହା ୟୁବି ବିକରଣର ଘାତକ ରଶ୍ମୀରୁ ରକ୍ଷା କରିଥାଏ।

bear

ବିଶେଷଜ୍ଞଙ୍କ ଅନୁସାରେ, ଏହି ଜୀବ ‘ପାରାମେକ୍ରୋବିୟଟସ’ କୁ ବାହାର କି ଅନ୍ୟ ଜୀବନ ମଧ୍ୟରେ ଟ୍ରାନ୍ସଫର କରାଯାଇପାରିବ। ଏମିତି କରିବା ଦ୍ୱାରା ଅନ୍ୟ ଜୀବକୁ ବିପଦପୂର୍ଣ୍ଣ କିରଣ ଏବଂ ରେଡିଏସନ ମଧ୍ୟରେ ଜୀବିତ ରହିପାରିବ। ଅନ୍ୟ ଦେଶର ବିଶେଷଜ୍ଞ ଏହି ଅଧ୍ୟୟନ ସଂପୂର୍ଣ୍ଣ ଭାବେ ହୋଇନାହିଁ ବୋଲି କହୁଛନ୍ତି। ଭିନ୍ନ ଭିନ୍ନ ଦେଶର ବୈଜ୍ଞାନିକ ଏହି ଅଧ୍ୟୟନକୁ ନେଇ ଅଲଗା ଅଲଗା ମତ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.