Below header

ଯବାନଙ୍କ ସହ ଦଶହରା ମନାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ହାତରେ ଧରିଲେ ଟାଭର୍ -୨୧ ବନ୍ଧୁକ

କେନ୍ୟୁଜ୍(ବ୍ୟୁରୋ): ଯବାନଙ୍କ ସହ ଦଶହରା ମନାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପଶ୍ଚିମବଙ୍ଗର ଦାର୍ଜିଲିଂରେ ଥିବା ସୁକନା ଓ୍ଵାର ମେମୋରିଆଲରେ ପ୍ରତିରକ୍ଷା ମନ୍ତ୍ରୀ ଶସ୍ତ୍ର ପୂଜା କରିଛନ୍ତି ।ଏହି ସମୟରେ ସେନା ମୁଖ୍ୟ ଏମଏମ ନରୱାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଜି ରାଜନାଥ ଭାରତୀୟ ସେନା ବ୍ୟବହାର କରୁଥିବା ଏକ ଅତ୍ୟାଧୁନିକ ରାଇଫଲ ଧରିଥିବାର ନଜର ଆସିଥିଲେ ।

ପୂର୍ବ ଲଦ୍ଦାଖରେ ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା ଦେଖାଦେଇ ଥିବାବେଳେ ଯବାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେନା ସହ ଦଶହରା ପାଳନ କରିଛନ୍ତି ରାଜନାଥ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ ଚାହୁଁଛି ଦୁଇ ଦେଶ ମଧ୍ୟରେ ସୀମା ଉତ୍ତେଜନା ବନ୍ଦ ହେଉ । ଶାନ୍ତି ରକ୍ଷା କରାଯାଉ । ଭାରତୀୟ ଯବାନ ଦେଶର ଇଞ୍ଚେ ବି ଜମି କାହାରିକୁ ନେବାକୁ ଦେବେ ନାହିଁ । ୨୦୧୯ରେ ରାଜନାଥ ବିଜୟା ଦଶମୀ ଅବସରରେ ଫାନ୍ସରେ ଶସ୍ତ୍ର ପୂଜା କରିଥିଲେ । ଏହି ୨ ଦିନିଆ ଗସ୍ତ ଅବସରରେ ଶନିବାର ଦାର୍ଜିଲିଂରେ ଯବାନଙ୍କୁ ଭେଟିଥିଲେ । ଫରୱାର୍ଡ ଅଞ୍ଚଳରେ ସେନାର କିପରି ପ୍ରସ୍ତୁତି ରହିଛି ସେନେଇ ସମୀକ୍ଷା କରିଥିଲେ ରାଜନାଥ । ପ୍ରତ୍ୟେକ ପରିସ୍ଥିତିରେ ପ୍ରସ୍ତୁତ ରହିବାକୁ ଯବାନଙ୍କୁ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.