ଗୁଗଲ ପ୍ଲେ ଷ୍ଟୋରରୁ ପୁଣି ହଟିଲା ୩ଟି ନକଲି ଆପ୍‌, ଚୋରି କରୁଥିଲା ଛୋଟ ପିଲାଙ୍କ ତଥ୍ୟ

ଗୁଗଲ ପ୍ଲେ ଷ୍ଟୋରରେ ଆସିବା ପୂର୍ବରୁ ଆପ୍‌ଗୁଡ଼ିକ ଅନେକ ପ୍ରକାରର ସିକ୍ୟୁରିଟି ଚେକ୍‌ର ସାମ୍ନା କରିବାକୁ ପଡ଼ିଥାଏ। ଏହା ପରେ ବି କେତେକ ଆପ୍‌ ଏଠାରେ ପହଞ୍ଚିଯାଏ, ଯାହା ୟୁଜରଙ୍କ ପାଇଁ ହାନିକାରକ ହୋଇଥାଏ। ଏଭଳି ଆପ୍‌ ବିଷୟରେ ଜଣାପଡ଼ିବା ପରେ ଗୁଗୁଲ ଏହାକୁ ତୁରନ୍ତ ବ୍ୟାନ୍‌ କରିଥାଏ। ଏବେ ସେଭଳି ୩ଟି ଆପ୍‌କୁ ଏବେ ବନ୍ଦ କରିଛି ଗୁଗୁଲ। ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ୩ ଆପ୍‌ ତାଙ୍କ ଡାଟା ଚୋରାଇ ନେଉଛି ଓ ଡିଜିଟାଲ ଆକାଉଣ୍ଟଭାଲିଟି କାଉନ୍‌ସିଲ(IDCA)ଙ୍କ ତରଫରୁ ଏନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଆପଣ ବି ଯଦି ଏହି ଆପ୍‌ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ଏହାକୁ ଡିଲିଟ୍‌ କରିଦିଅନ୍ତୁ।

ଏହି ୩ଟି ଆପ୍‌ ହେଉଛି Princess Salon, Number Coloring, Cats & Cosplay। କୁହାଯାଉଛି ଯେ ଏହି ଆପ୍‌ ତରଫରୁ କଲେକ୍ଟ କରାଯାଇଥିବା ଡାଟା ଥାର୍ଡ ପାର୍ଟି ଆପ୍‌କୁ ଲିକ୍‌ କରାଯାଉଛି। ଏହା ଗୁଗୁଲ ପ୍ଲେ ଷ୍ଟୋର ନିୟମର ଉଲ୍ଲଂଘନ କରୁଛି। ଏଣୁ ଏହାକୁ ପ୍ଲେ-ଷ୍ଟୋରରୁ ଡିଲିଟ୍‌ କରିଦିଆଯାଇଛି।

ୱେବ୍‌ସାଇଟ୍‌ ଏହି ଆପ୍‌ ବିଷୟରେ ସୂଚନା ଦେଇ କହିଛି ଯେ ‘ଏହି ଭାଇରସ୍‌ ଆପ୍‌କୁ ଆମେ ପ୍ଲେ ଷ୍ଟୋରରୁ ହଟାଇ ଦେଇଛୁ। ଏହି ଆପ୍‌ ପିଲାଙ୍କ ସହ ଜଡ଼ିତ ତଥ୍ୟକୁ ଲିକ୍‌ କରୁଛି। ଯାହା ଆମ ନିୟମ ବିରୋଧ। ଯଦି ଆପଣ ବି ମୋବାଇଲରେ ଏହାକୁ ଇନ୍‌ଷ୍ଟଲ କରିଛନ୍ତି ତେବେ ତୁରନ୍ତ ଅନ୍‌ଇନ୍‌ଷ୍ଟଲ କରି ଦିଅନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.