ମୋଟାପଣ କମାଇବାକୁ ଘିକୁଆଁରି ସହ ମିଶାଇ ଖାଆନ୍ତୁ ଏହି ଦୁଇଟି ଜିନିଷ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ

ଶରୀରକୁ ସୁସ୍ଥ ରଖିବାକୁ ସମସ୍ତେ ଚାହାନ୍ତି। ଏଣୁ ବ୍ୟାୟାମ ଠାରୁ ଆରମ୍ଭ କରି ଯୋଗ, ପ୍ରାଣାୟାମ, ଖାଦ୍ୟପେୟ ଉପରେ ସମସ୍ତେ ଧ୍ୟାନ ଦେଇଥାନ୍ତି। ତଥାପି କିଛି ଲୋକ ମୋଟା ହୋଇଯାଉଥିବା ଦେଖିବାକୁ ମିଳେ। ଯେତେ ଚେଷ୍ଟା କଲେ ବି ସେମାନେ ପତଳା ହୋଇପାରନ୍ତି ନାହିଁ। କିନ୍ତୁ ଆୟୁର୍ବେଦରେ କିଛି ଏଭଳି ଜିନିଷ ଅଛି ଯାହାକୁ ନିୟମିତ ସେବନ କଲେ ଆପଣ ପତଳା ହୋଇଯିବେ। ସେଭଳି ଏକ ଜିନିଷ ହେଉଛି ଘିକୁଆଁରି ବା ଆଲୋଭେରା। ଏହାକୁ ସେବନ କଲେ ଆପଣଙ୍କ ମୋଟାପଣ କମିବ।

ଘିକୁଆଁରିରେ କେତେକ ଜିନିଷ ମିଶାଇ ଖାଇଲେ ଆପଣଙ୍କ ମୋଟାପଣ ଶୀଘ୍ର କମିବ। ଘିକୁଆଁରିରେ ଲେମ୍ବୁ ଓ ମହୁ ମିଶାଇ ଖାଇବା ଦ୍ୱାରା ଆପଣ ପତଳା ହେବ। ଆସନ୍ତୁ ଜାଣିବା ମୋଟାପଣ କମାଇବାକୁ ଆଲୋଭେରାକୁ କିଭଳି ଖାଇବେ…

lemon

୨ ଚାମଚ ଘିକୁଆଁରିରେ ୧ ଚାମଚ ଲେମ୍ବୁ ରସ, ୧ ଚାମଚ ମହୁ ଓ କିଛି ପୁଦିନା ପତ୍ର ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ପ୍ରତିଦିନ ସେବନ କଲେ ମୋଟାପଣ କମିବ। ଆପଣ ଚାହିଁଲେ ଘିକୁଆଁରିରେ ଗିଲୋୟ, ଅଁଳା ଓ ତୁଳସୀ ମିଶାଇ ବି ଖାଇପାରିବେ। ମୋଟାପଣ କମାଇବାରେ ଏହା ବିଶେଷ ସହାୟକ ହୋଇଥାଏ। ସକାଳେ ଖାଲିପେଟରେ ଏହାକୁ ସେବନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.