ବଡ ଖବର: ଆଉ ମାଗଣା କରିପାରିବେନି ହ୍ଵାଟସଆପ୍‌ର ବ୍ୟବହାର, ଏବେ ଏହି ଗ୍ରାହକଙ୍କୁ ଦେବାକୁ ପଡିବ ପଇସା

ଆପଣ ହ୍ଵାଟସଆପ୍‌ ବ୍ୟବହାର କରୁଥିବେ ନିଶ୍ଚିତ। ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ଲୋକ ସାଧାରଣ ହ୍ଵାଟସଆପ୍ ବ୍ୟବହାର କରନ୍ତି, କିନ୍ତୁ ଅନେକ ଲୋକ ବ୍ୟବସାୟ ନ କରିବା ସତ୍ତ୍ୱେ ହ୍ଵାଟସଆପ୍‌ ବିଜନେସ ଆପ୍ ବ୍ୟବହାର କରନ୍ତି। ତେବେ ଏମିତି ଲୋକଙ୍କ ପାଇଁ ଖୁବଶୀଘ୍ର ହ୍ଵାଟସଆପ୍‌ ବିଜନେସ ଆପ୍‌ ୟୁଜର ସେବା ବ୍ୟବହାର କଲେ ଚାର୍ଜ ଲାଗିବ। ହ୍ଵାଟସଆପ୍‌ ବିଜନେସ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ ମିଲିଅନରୁ ଅଧିକ। ନୂଆ ଅପଡେଟ୍‌କୁ ନେଇ କମ୍ପାନୀ ୟୁଜର୍ସଙ୍କୁ ମେସେଜ ପଠାଇବା ଆରମ୍ଭ କରିଦେଇଛି।

ବାସ୍ତବରେ ହ୍ଵାଟସଆପ୍‌ ବିଜନେସ ଆପ୍ ବ୍ୟବହାରକାରୀଙ୍କ ପାଇଁ ପେ ଟୁ ମେସେଜ ଫିଚର ଘୋଷଣା କରିଛି। ଯାହା ଯୋଗୁଁ ବିଜେନସ ଆପ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ଠାରୁ କମ୍ପାନୀ ପଇସା ନେବ। କିନ୍ତୁ କମ୍ପାନୀ କେତେ ପଇସା ନେବ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ହ୍ଵାଟସଆପ୍‌ ବ୍ଲଗ୍ ରେ କହିଛି, ଆମେ ଆମର ବ୍ୟବସାୟ ଗ୍ରାହକଙ୍କୁ ଦିଆଯାଉଥିବା କିଛି ସେବା ପାଇଁ ଶୁଳ୍କ ଲଗାଇବାକୁ ଯାଉଛୁ, ଯାହା ଦ୍ୱାରା ଆମର ଦୁଇ ବିଲିୟନରୁ ଅଧିକ ଉପଭୋକ୍ତା ମାଗଣା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ଟେକ୍ସଟ, ଭିଡିଓ ଏବଂ ଭଏସ୍ କଲିଂ ପାଇପାରିବେ।

whatsapp

ଏମାନଙ୍କ ପାଇଁ ବଢିପାରେ ସମସ୍ୟା

ଆପଣଙ୍କର ଅନେକ ବନ୍ଧୁ ଏବଂ ସମ୍ପର୍କୀୟ ହ୍ଵାଟସଆପ୍‌ ବିଜନେସ ଆପ୍ ବ୍ୟବହାର କରୁଥିବେ। ଅନେକ ଲୋକ ଭାବନ୍ତି ହ୍ଵାଟସଆପ୍‌ ବିଜନେସ ବ୍ୟବହାର କରିବା ଦ୍ୱାରା କୌଣସି ମେସେଜକୁ ଅଟୋମେଟିକ୍‌ ରିପ୍ଲାଇ କରିପାରିବେ। କିନ୍ତୁ ଜେନେରାଲ ଆପ୍‌ରେ ଏହାର ସୁବିଧା ନାହିଁ। ଏବେ ଯେଉଁ ଲୋକ ଅଟୋମେଟିକ୍‌ ରିପ୍ଲାଇ କରିବା ପାଇଁ ହ୍ଵାଟସଆପ୍‌ ବିଜନେସ ଆପର ବ୍ୟବହାର କରୁଛନ୍ତି, ସେମାନଙ୍କୁ ମଧ୍ୟ ନୂଆ ଅପଡେଟ୍‌ ପରେ ପଇସା ଦେବାକୁ ପଡିପାରେ। ଏମିତିରେ ସେମାନେ ବିଜନେସ ଆପ୍‌କୁ ଡିଲେଟ କରି ଜେନେରାଲ ଆପ୍‌ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.