Below header

ଆଇପିଏଲରେ ପ୍ରଥମ ଓ୍ଵିକେଟ ନେବା ପରେ ଅର୍ଜୁନଙ୍କୁ ବ୍ୟାଜ୍‌ ପିନ୍ଧାଇଲେ ବାପା ସଚିନ ତେନ୍ଦୁଲକର, ଭିଡିଓ ଭାଇରଲ

ରୋହିତ ଶର୍ମାଙ୍କୁ ଠିକ୍‌ ପ୍ରମାଣିତ କଲେ ଅର୍ଜୁନ ତେନ୍ଦୁଲକର । ଆଇପିଏଲରେ ପ୍ରଥମ ଓ୍ଵିକେଟ ନେଲେ ଅର୍ଜୁନ ତେନ୍ଦୁଲକର । ଆଉ ସେଥିପାଇଁ ପୁଅକୁ ମେଡାଲ ପିନ୍ଧାଇଲେ ବାପା ସଚିନ ।

ଆଇପିଏଲରେ ପ୍ରଥମ ଓ୍ଵିକେଟ ନେବା ପରେ ଅର୍ଜୁନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବାପା ସଚିନ ତେନ୍ଦୁଲକର । ପୁଅକୁ ପ୍ଲେୟାର ଅଫ ଦ ମ୍ୟାଚ୍‌ ମେଡାଲ୍‌ ଦେଇଥିଲେ ସଚିନ ତେନ୍ଦୁଲକର । ହାଇଦ୍ରାବାଦ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ ମୁମ୍ବାଇ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସଚିନ ତେନ୍ଦୁଲକର ଏବେ ମୁମ୍ବାଇ ଇଣ୍ଡିଆନ୍ସ ମେଣ୍ଟର ଅଛନ୍ତି । ମଙ୍ଗଳବାର ହାଇଦ୍ରାବାଦ ବିପକ୍ଷରେ ୧୪ ରନରେ ବିଜୟୀ ହୋଇଥିଲା ମୁମ୍ବାଇ । ଶେଷ ଓଭରରେ ବିଜୟ ପାଇଁ ହାଇଦ୍ରାବାଦକୁ ଆବଶ୍ୟକ ଥିଲା ୨୦ ରନ୍‌ । ଶେଷ ଓଭରରେ ଅର୍ଜୁନଙ୍କୁ ବଲ୍‌ ପକାଇବାକୁ ସୁଯୋଗ ଦେଇଥିଲେ କ୍ୟାପଟେନ୍‌ ରୋହିତ ଶର୍ମା । ଯାହାକୁ ଠିକ୍‌ ପ୍ରମାଣିତ କରିଥିଲେ ଅର୍ଜୁନ ତେନ୍ଦୁଲକର । ଭୁବନେଶ୍ୱର କୁମାରଙ୍କ ଓ୍ଵିକେଟ ନେଇ ମୁମ୍ବାଇକୁ ବିଜୟ ଭେଟି ଦେଇଥିଲେ । ଶେଷ ଓଭରର ପଞ୍ଚମ ବଲ୍ରେ ଭୁବନେଶ୍ବର କୁମାରଙ୍କୁ ସେ ଆଉଟ୍ କରି ପ୍ରଥମ ଆଇପିଏଲ୍ ସଫଳତା ପାଇଥିଲେ। ଏହି ସଫଳତା ପରେ ଡ୍ରେସିଂ ରୁମରେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା। ସଚିନ ମୁମ୍ବାଇ ଇଣ୍ଡିଆନ୍ସର ଏକ ବ୍ୟାଜ୍ ଅର୍ଜୁନଙ୍କ ଛାତିରେ ପିନ୍ଧାଇଥିଲା ବେଳେ ‘ଶେଷରେ ଜଣେ ତେନ୍ଦୁଲକରଙ୍କୁ ଆଇପିଏଲ୍ ୱିକେଟ ମିଳିଲା’ ବୋଲି କହିଥିଲେ।

ତେବେ ବିଜୟ ପାଇଁ କାମେରନ୍‌ ଗ୍ରୀନଙ୍କୁ ତାରିଫ କରିଛନ୍ତି ସଚିନ ତେନ୍ଦୁଲକର । କାମେରନ୍‌ ଗ୍ରୀନ୍‌ ୪୦ ବଲରୁ ଅପରାଜିତ ୬୪ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.