ଦେଶରେ ମାଡୁଛି କରୋନା; ପୁଣି ୧୨ ହଜାର ପାର କଲା ଦୈନିକ ସଂକ୍ରମଣ

ଦୈନିକ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ପୁଣି ଥରେ ୧୨ ହଜାର ପାର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୫୯୧ ପଜିଟିଭି ।

ନୂଆଦିଲ୍ଲୀ : ଦେଶରେ ମାଡୁଛି କରୋନା, ନେଉଛି ଜୀବନ । ଦୈନିକ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ପୁଣି ଥରେ ୧୨ ହଜାର ପାର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୫୯୧ ପଜିଟିଭି । ଆଉ ୨୯ ଜୀବନ ନେଇଛି ପ୍ରାଣଘାତୀ କରୋନା ।

ମହାରାଷ୍ଟ୍ରରେ ୬, ଛତିଶଗଡ଼ରେ ୪, ଦିଲ୍ଲୀରୁ କରୋନା ନେଇଛି ଆଉ ୫ ଜୀବନ । ସେହିପରି କର୍ଣ୍ଣାଟକରେ ୩, କେରଳ, ରାଜସ୍ଥାନ ଓ ହିମାଚଳପ୍ରଦେଶରେ ଦୁଇ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ପୁଡୁଚେରୀ, ଉତ୍ତରାଖଣ୍ଡ, ପଞ୍ଜାବ ଓ ତାମିଲନାଡୁରେ କରୋନାରେ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ବଢିଛି ୨୦ ପ୍ରତିଶତ । ଗତକାଲି ଦେଶରୁ ବାହାରିଥିଲେ ୧୦ହଜାର ୫୪୨ ପଜିଟିଭ୍‌ । ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଦେଶରେ ଆକଟିଭ୍‌ କେସ୍‌ ୬୫ହଜାର ୨୮୬କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୦ହଜାର ୮୨୭ । ଦୈନିକ ସଂକ୍ରମଣ ହାର ରହିଛି ୫.୪୬ ପ୍ରତିଶତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.