Below header

ସ୍ବାମୀ ସୋଏବଙ୍କ ବିନା ସାନିଆଙ୍କ ‘ଗୋଦ ଭରାଇ’

ହାଇଦ୍ରାବାଦ : ଟେନିସ୍ ଷ୍ଟାର ସାନିଆ ମିର୍ଜା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି । ନିଜର ଗର୍ଭଧାରଣ ବିଷୟରେ ସେ କିଛି କଥା ଲୁଚାଇ ନାହାନ୍ତି । ସବୁ କିଛି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏମିତିକି ଏହି ଅବସ୍ଥାରେ ସେ ମଡେଲିଂ କରିବାକୁ ବି ପଛାଇ ନାହାନ୍ତି । ଏବେ ତାଙ୍କର ସନ୍ତାନ ଜନ୍ମ ହେବା ପୂର୍ବର ଉତ୍ସବ ‘ଗୋଦ ଭରାଇ’ ଆୟୋଜିତ ହୋଇଥିଲା ଶନିବାର ଦିନ । ଏଥିରେ କେକ୍ କାଟି ପୂରା ପରିବାର ସହ ଖୁସି ମନାଇଛନ୍ତି ସାନିଆ । ଉପସ୍ଥିତ ସମସ୍ତେ ବିଭିନ୍ନ ପଶୁପକ୍ଷୀଙ୍କ ଭଳି ପୋଷାକ ପିନ୍ଧି ଖୁବ୍ ମଜା କରିଥିଲେ । ସାନିଆଙ୍କ ହାଇଦ୍ରାବାଦ ସ୍ଥିତ ଘରେ ଏହି ଉତ୍ସବରେ ତାଙ୍କ ବାପା ଇମ୍ରାନ୍ ଓ ମା ନସିମା ମିର୍ଜା, ଭଉଣୀ  ଏହି ଉତ୍ସବ ଆୟୋଜନ କରିଥିଲେ । ଅବଶ୍ୟ ଏହି ପରମ୍ପରା ବେଳେ ସ୍ବାମୀ ସୋଏବ ମଲିକ ଉପସ୍ଥିତ ନଥିଲେ । କାରଣ ଆଗାମୀ ଏସିଆ କପ୍ ପାଇଁ ସୋଏବ ବ୍ୟସ୍ତ ଅଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସାନିଆ ସୋଏବଙ୍କ ବିଷୟରେ ଲେଖିଛନ୍ତି ‘ଦାୟିତ୍ବ ପ୍ରଥମେ, ତା ପରେ ସବୁ କିଛି’ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.