ଆଝାରୁଦ୍ଦିନ୍ଙ୍କ ପୁଅ ଅସଦ୍ଙ୍କୁ ଡେଟ୍ କରୁଛନ୍ତି ସାନିଆ ମିର୍ଜାଙ୍କ ଭଉଣୀ ଅନମ୍, ଖୁବ୍ଶୀଘ୍ର କରିପାରନ୍ତି ବିବାହ
ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ଭଉଣୀ ଅନମ୍ ମିର୍ଜା ନିଜ ରିଲେସନ୍ଶିପକୁ ନେଇ ଚର୍ଚ୍ଚାରେ ଅଛନ୍ତି। କଥାଟି ହେଲା, ଅନମ୍ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ପୁଅ ଅସଦ୍ଙ୍କୁ ଡେଟ୍ କରୁଛନ୍ତି। ଏହି କପୁଲ୍ ପ୍ରାୟ ସମୟ ନିଜ ଡେଟ୍ସର ଫଟୋ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଥାଆନ୍ତି। ଅନମ୍ ନିକଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପଛରେ ଲେଖା ହୋଇଛି ‘ବ୍ରାଇଡ୍ ଟୁ ବି’।
ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କୁହାଯାଉଛି କି, ଖୁବ୍ଶୀଘ୍ର ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଯଦିଓ ଦୁହିଁଙ୍କ ପରିବାର ତରଫରୁ ଏ ନେଇ କୌଣସି ଅଫିସିଆଲ୍ ବୟାନ୍ ଆସିନାହିଁ। ଏହି କପୁଲ୍ଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋରେ ଅନେକ ଲୋକ କମେଣ୍ଟ ଦେଇ ସେମାନଙ୍କୁ ବେଷ୍ଟ କପୁଲ୍ ବୋଲି କହିଛନ୍ତି। ଏହାସହ ୟୁଜରମାନେ ଜାଣିବାକୁ ଚାହୁଁଛନ୍ତି, ସେମାନେ କେବେ ବିବାହ କରିବାକୁ ଯାଉଛନ୍ତି। କେତେକ ଫଟୋରେ ଅନମ୍ଙ୍କ ବଡ଼ ଭଉଣୀ ସାନିଆ ମଧ୍ୟ ନଜର ଆସୁଛନ୍ତି। କୁହାଯାଉଛି, ଏହି ରିଲେସନଶିପକୁ ନେଇ ସାନିଆଙ୍କ ତରଫରୁ ସବୁଜ ସଙ୍କେତ ମିଳିସାରିଛି।
ଏହାସହ ପଢ଼ନ୍ତୁ: ଏମ୍ଏସ୍ ଧୋନିଙ୍କ ଘରେ କଟିଲା ବିଜୁଳି, ବିରକ୍ତ ହୋଇ ପତ୍ନୀ ସାକ୍ଷୀ କଲେ ଏମିତି ଟ୍ଵିଟ୍
କହି ରଖୁଛୁ କି, ଅନମ୍ଙ୍କ ବିବାହ ୨୦୧୬ରେ ହାଇଦ୍ରାବାଦର ଜଣେ ବିଜିନେସ୍ମ୍ୟାନ ଅକବର ରାଶିଦ୍ଙ୍କ ସହିତ ହୋଇଥିଲା। ଏଥିରେ ଫିଲ୍ମ, ରାଜନୀତି ଏବଂ ଫ୍ୟାଶନ ସହ ଜଡ଼ିତ ବଡ଼ ବଡ଼ ସେଲିବ୍ରିଟି ସାମିଲ ହୋଇଥିଲେ। କିନ୍ତୁ ବିବାହର ଦୁଇବର୍ଷ ପରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା ଏବଂ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେପଟେ ଅସଦ୍ ବାପାଙ୍କ ପରି କ୍ରିକେଟର ହେବାକୁ ଚାହୁଁଛନ୍ତି। ବର୍ତ୍ତମାନ ସେ ଗୋଆ ରଣଜୀ ଟିମ୍ରେ ଖେଳୁଛନ୍ତି। ଅନମ୍ ପେସାରେ ଜଣେ ଫ୍ୟାଶନ ଡିଜାଇନର। ତାଙ୍କର ଏକ ଫ୍ୟାଶନ ଆଉଟ୍ଲେଟ ମଧ୍ୟ ଚାଲିଛି।