ରାସ୍ତା ଉପରେ ଭାଲୁ ଲଢ଼େଇ, ଦେଖନ୍ତୁ ଭାଇରାଲ ଭିଡିଓ

ଭାଲୁମାନଙ୍କ ଖେଳ ପ୍ରାୟ ସମସ୍ତେ ଦେଖିଥିବେ। କିନ୍ତୁ ରାସ୍ତା ଉପରେ ଭାଲୁମାନେ ଲଢ଼ୁଥିବା ବୋଧେ କେହି ଦେଖିନଥିବେ। ତେବେ ଭାଲୁ ଭଳି ଏକ ହିଂସ୍ରଜନ୍ତୁ ରାସ୍ତା ଉପରେ ଲଢ଼ୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି। କେହି ଜଣେ ଏଭଳି ଏକ ଦୁର୍ଲଭ ତଥା ଅଦ୍ଭୁତ ଦୃଶ୍ୟକୁ ନିଜ କ୍ୟାମେରାରେ ସୁଟିଂ କରି ଭାଇରାଲ କରିଛି। ଇତି ମଧ୍ୟରେ ଏହି ଭିଡିଓକୁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଭିଡିଓରେ ଦୁଇଟି ଭାଲୁ ପରସ୍ପର ସହ ଲଢ଼ୁଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା, ଦେଖିଲେ ଆପଣ ମଧ୍ୟ ରୋକିପାରିବେନି ଲୁହ

ଦେଖନ୍ତୁ ଭିଡିଓ:

କ୍ୟାରି ମ୍ୟାକ୍‌ଗିଲିଭରେ ନାମକ ଜଣେ ୟୁଜର ସେପ୍ଟେମ୍ବର ୨୧ ତାରିଖରେ ଏହି ଭିଡିଓକୁ ସେୟାର କରିଛନ୍ତି। ଇତିମଧ୍ୟରେ ଭିଡିଓକୁ ୧୫ ହଜାର ଲାଇକ୍‌, ୬୬ କମେଣ୍ଟ ଓ ୪୪ ହଜାର ଥର ସେୟାର କରାଯାଇଛି।