Below header

କୄନାଲଙ୍କ ପରେ ଶିଖର ଧାୱନ କରୋନା ପଜିଟିଭ ଚିହ୍ନଟ, ସଂକଟରେ ଭାରତୀୟ ଦଳ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି 20 ସିରିଜରେ ଭାରତକୁ ବଡ ଝଟକା ଲାଗିଛି । ଟିମର କାର୍ଯ୍ୟବାହକ କ୍ୟାପଟେନ ଶିଖର ଧାୱନ କରୋନା ସଂକ୍ରମିତ ଥିବା ଜଣାଯାଇଛି । ଖବର ଅନୁଯାୟୀ ଆଗକୁ ଥିବା ଦୁଇଟି ଟି 20 ମ୍ୟାଚରେ ସେ ଟିମରେ ସାମିଲ ହୋଇପାରିବେ ନାହିଁ ।କହିରଖିବା ଉଚିତ ହେବକି ମଙ୍ଗଳବାର ଭାରତୀୟ ଟିମର ଅଲରାଉଣ୍ଡର ଖେଳାଳି କୄନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ଫଳରେ ମ୍ୟାଚକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ।

ଶିଖର ଓ କୄନାଲଙ୍କ ବ୍ୟତୀତ ଦଳର ଅନ୍ୟ ୮ ଜଣଙ୍କ ଆର୍ଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଛି । କିନ୍ତୁ ଏହାପରେ ଭାରତୀୟ ଦଳର କ୍ୟାପଟେନ ଦାୟିତ୍ୱ କିଏ ନେବ ସେ ନେଇ ପ୍ରଶ୍ନ ଉଠିଛି । ଏହି ସିରିଜ ପାଇଁ ଭୁବନେଶ୍ୱର କୁମାରଙ୍କୁ ଦଳର ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ତେଣୁ ଶିଖରଙ୍କ ପରେ ଭୁବନେଶ୍ୱରଙ୍କ ପରେ ଏହି ଦାୟିତ୍ୱ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.