Below header

କେନ୍ଦୁଝର: ଫ୍ରି-ଫାୟାର କଣ କରିଦେଲା ? ମୋବାଇଲ ଖରାପ ହୋଇଯିବାରୁ ଦଶମ ଶ୍ରେଣୀ ଛାତ୍ରର ମୁଣ୍ଡ ଖରାପ୍

ଘଟଗାଁ(କେନ୍ୟୁଜ୍):  ଅନଲାଇନ କ୍ଲାସ ବାହାନାରେ ପିଲେ ମାତିଛନ୍ତି  ଖେଳ ଦୂନିଆରେ । ପାଠ ପଢା କେବଳ ବାହାନା, ହାତକୁ  ମୋବାଇଲ ଖଣ୍ଡେ ମିଳିଗଲେ ଗେମ୍ ଦୁନିଆରେ ହଜି ଯାଉଛନ୍ତି କୋମଳମତି ପିଲାମାନେ। ବିଶେଷ କରି ଫ୍ରି-ଫୟାର ଗେମକୁ ବହୁଳା ଭାବେ ଖେଳୁଛନ୍ତି ସ୍କୁଲ ପଢୁଆ ପିଲାଙ୍କ ଠାରୁ ଆରମ୍ଭ କରି ଯୁବ ବୟସ୍କ ପିଲାମାନେ । ଯାହାର କୁପ୍ରଭାବ ସିଧା ମୁଣ୍ଡ ଉପରେ ପଡୁଛି। ଯୁବକମାନେ ଏହାକୁ ନିୟନ୍ତ୍ରଣ କରିପାରୁଥିବା ବେଳେ ଛୋଟ ପିଲାମାନେ ଏହାକୁ ଅତ୍ୟଧିକ ଖେଳି ନିୟନ୍ତ୍ରଣ ବାହାରକୁ  ଚାଲିଯାଉଛନ୍ତି । ଯାହା ଫଳରେ ମୁଣ୍ଡ ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ  ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅନ୍ତର୍ଗତ ଆଖୁପାଳ ଗାଁରେ।

ଗାଁର  କୁଅଁର ଖଣ୍ଡାଙ୍କ ୧୫ ବର୍ଷର ପୁଅ  ମୋନାହାରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର  ପଢେ ।   ପିତା କୁଅଁର ଖଣ୍ଡା  ପୁଅ ଅନଲାଇନରେ ପାଠ  ପଢିବ ବୋଲି ମୋବାଇଲ କିଣି ଦେଇଥିଲେ  କିନ୍ତୁ ପୁଅ ପାଠ ନ ପଢି ଅଧିକାଂଶ ସମୟ ଫ୍ରି-ଫାୟାର ଖେଲୁଥିଲା। ହେଲେ ମୋବାଇଲଟି ଖରାପ ହୋଇଯିବାରୁ ଗେମ ଖେଳି ନପାରି ପୁଅର ସ୍ବାସ୍ଥ୍ୟବାସ୍ଥା ଖରାପ ହୋଇଥିବା ପରିବାର ଲୋକେ କହିଛନ୍ତି। ତେବେ ତାଙ୍କୁ  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା  ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ  ୧୦୮  ଆମ୍ବୁଲାନ୍ସ ଯୋଗେ  କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେଣୁ ବେଳ ଥାଉ ଥାଉ ଅଭିଭାବକମାନେ ସାବଧାନ ହୋଇ ନିଜ ସନ୍ତାନକୁ ଏହି ବିପଦରୁ ରକ୍ଷା କରନ୍ତୁ  ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.