Below header

ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ଭବିଷ୍ୟବାଣୀ, ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌

ସେମିଫାଇନାଲ୍‌ ମୁକାବିଲା ଆରମ୍ଭ ହୋଇନାହିଁ । ହେଲେ ତା ପୂର୍ବରୁ ଫାଇନାଲ୍‌ କିଏ ଖେଳିବ ସେ ନେଇ ଭବିଷ୍ୟବାଣୀ କରିଛନ୍ତି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ । ସେ କହିଛନ୍ତି ସେମିଫାଇନାଲ୍‌ରେ ଭାରତ ଓ ଇଂଲଣ୍ଡ ବିଜୟୀ ହୋଇ ଫାଇନାଲ୍‌ ଖେଳିବେ ।
ଡୁପ୍ଲେସିସ୍‌ଙ୍କ କହିବା କଥା ହେଉଛି, ଶେଷ ଲିଗ୍‌ ମ୍ୟାଚ୍‌ରେ ତାଙ୍କ ଦଳ ଅଷ୍ଟ୍ରେଲିଆକୁ ହରାଇ ତାର ମନୋବଳକୁ ଆଘାତ ଦେଇଛି । ଏଥିରେ ଭାରତ ଓ ଇଂଲଣ୍ଡ ଦଳ ନିଶ୍ଚୟ ଖୁସି ଥିବେ । ତେଣୁ ସେମିଫାଇନାଲ୍‌ରେ ଇଂଲଣ୍ଡ ଏହାର ଫାଇଦା ନେଇ ଅଷ୍ଟ୍ରେଲିଆକୁ ହରାଇ ପାରିବ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ଭାରତ ଠାରୁ ଦୁର୍ବଳ ଥିବାରୁ ପ୍ରଥମ ସେମିଫାଇନାଲ୍‌ରେ ଭାରତ ହିଁ ଜିତିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.