Below header

ବିରୋଧୀ ଦଳର ଖେଳାଳିଙ୍କୁ କାନ୍ଧରେ ଉଠାଇଲେ ନ୍ୟୁଜିଲ୍ୟାଣ୍ଡ ଦଳ, ହିଟ ମ୍ୟାନ ରୋହିତ ଶର୍ମା ବି କଲେ ସଲାମ

ଗୋଟେ ପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଦଳ ବୁଧବାର ଭାରତୀୟ ଦଳ ଠାରୁ ହାରି ଯାଇଥିବା ବେଳେ କିନ୍ତୁ ନ୍ୟୁଜିଲ୍ୟାଣ୍ଡର ଅଣ୍ଡର ୧୯ ଦଳ ବିଶ୍ୱକପ ସେମିଫାଇନାଲରେ ପହଂଚି ଯାଇଛି । ସାଉଥ ଇଣ୍ଡିଆରେ ଚାଲିଥିବା ଅଣ୍ଡର – ୧୯ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଦଳ ଵେଷ୍ଟଇଣ୍ଡିଜ ଦଳକୁ ୨ ବିକେଟ ହରାଇଛି । ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଇଣ୍ଡିଜ ଦଳ ୪୭.୫ ଓଭରରେ ସମୁଦାୟ ୨୩୮ ରନ ସଂଗ୍ରହ କରିଥିଲା । ଯେବେକି ନ୍ୟୁଜିଲ୍ୟାଣ୍ଡ ଟିମ ୪୯. ୪ ଓଭରରେ ୮ ଵିକେଟ ହରାଇ ବିଜୟ ଲକ୍ଷ ହାସଲ କରିଥିଲେ । କିନ୍ତୁ ଏହି ମ୍ୟାଚ ଟିକୁ ନ୍ୟୁଜିଲ୍ୟାଣ୍ଡ ଦଳର ଖେଳୁଆଡ ମନୋଭାବ ଅପେକ୍ଷା ମାନବିକତା ପାଇଁ ମନେ ରଖାଯିବ ।

new team

ଖେଳ ମଝିରେ ଯେବେ ଇଣ୍ଡିଜ ଦଳର ଜଣେ ଖେଳାଳି ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ ନ୍ୟୁଜିଲ୍ୟାଣ୍ଡ ଦଳର ଜଣେ ଖେଳାଳି ତାଙ୍କୁ ନିଜ କାନ୍ଧରେ ବୋହି ନେଇଥିଲେ । ଏହି ମୁକାବିଲା ସମୟରେ ଯେବେ ବିଣ୍ଡିଜ ଦଳ ପାଇଁ କିଙ୍କ ମେକଏନଜି ସର୍ବାଧିକ ୯୯ ରନ ସ୍କୋର କରିଥିବା ବେଳେ । ଅନ୍ୟ ଏକ ଖେଳାଳି ମେକଏନଜି ବ୍ୟାଟିଂ କରୁଥିବା ସମୟରେ ବୋଲଡ ଆଉଟ ହୋଇଯାଇଥିଲେ । ସେହି ସମୟରେ ତାଙ୍କ ଗୋଡ଼ରେ ବି ଗଭୀର ଆଘାତ ଆସିଥିଲା ।
ତାଙ୍କ ସାହାଯ୍ୟ ପାଇଁ କେହି ଆସିବା ଆଗରୁ ନ୍ୟୁଜିଲ୍ୟାଣ୍ଡ ଦଳର ଜଣେ ଖେଳାଳି ତାଙ୍କୁ କାନ୍ଧରେ ଉଠେଇ ନେଇଯାଇଥିଲେ । ଏହି ଘଟଣାକୁ ନେଇ ବିଶ୍ୱକପର ଅଧିକାରୀ ନିଜ ଟ୍ୱିଟର ଆକାଉଣ୍ଟରେ ନିଜ ଭିଡିଓ ଶେୟାର କରିଛନ୍ତି । ଯେବେକି ହିଟ ମ୍ୟାନ ରୋହିତ ଶର୍ମା ଟ୍ୱିଟ କୁ ରିଟ୍ୱିଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.