ବଦଳିଲା ନିଷ୍ପତ୍ତି, ଏବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ପାସ୍‌ ନିୟମ

କେନ୍ୟୁଜ୍(ବ୍ୟୁରୋ): ବଦଳିଲା ନିଷ୍ପତ୍ତି । ଏବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ପାସ୍‌ ନିୟମ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନୂଆ ନିୟମ ଲାଗୁ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଯୁକ୍ତ ଦୁଇରେ ପରୀକ୍ଷା ସଂସ୍କାର ପାଇଁ ଦ୍ୱିତୀୟ ବର୍ଷକୁ ଯିବା ଲାଗି ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ । ସବୁ ଯୁକ୍ତ ଦୁଇ କଲେଜରେ ଫେବ୍ରୁଆରୀ ୧୫ରୁ ୨୯ ଯାଏ ଯୁକ୍ତ ଦୁଇର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହେବ । ତେବେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ବଦଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.