ପଦ୍ମ ସମ୍ମାନ ଲାଗି ମହିଳା କ୍ରୀଡ଼ାବିତ୍‌ଙ୍କ ନାଁ ସୁପାରିଶ କଲା କ୍ରୀଡ଼ା ମନ୍ତ୍ରଣାଳୟ, ଜାଣନ୍ତୁ ଚଳିତବର୍ଷ କିଏ ହେବେ ସମ୍ମାନିତ

ନୂଆଦିଲ୍ଲୀ:କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଦେଶର ସୁଯୋଗ୍ୟ କନ୍ୟାଙ୍କୁ ସମ୍ମାନିତ କରିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ଗ୍ରହଣ କରିଛି। ମନ୍ତ୍ରଣାଳୟ ତରଫରୁ ମହିଳା ବକ୍ସର ମେରିକମ୍‌ ଓ ପିଭି ସିନ୍ଧୁଙ୍କ ନାଁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣ ଲାଗି ମନୋନୀତ କରାଯାଇଛି। ଏ ଅବସରରେ ଏକ ତାଲିକା ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି।

ସେହିପରି ଟେବୁଲ ଟେନିସ୍‌ ଖେଳାଳୀ ମୋନିକା ବତ୍ରା, ପହିଲିମାନ୍‌ ବିନେଶ ଫୋଗାଟ, ପର୍ବତାରୋହୀ ତାଶୀ ଏବଂ ନୁଙ୍ଗଶୀ ମଳିକ, ହକି ଟିମ୍‌ର ଅଧିନାୟକ ରାଣୀ ରାମପାଲ, କ୍ରିକେଟର ହରମନପ୍ରୀତ କୌର ଏବଂ ଅଲମ୍ପିୟାନ୍‌ ସୁଟର ସୁମା ଶିରୁର୍‌ଙ୍କ ନାମ ମଧ୍ୟ ପଦ୍ମଶ୍ରୀ ପାଇଁ ନାମାଙ୍କିତ କରାଯାଇଛି।

ଏହାସହ ପଢନ୍ତୁ: ଓ୍ଵାର୍ଲ୍ଡ କପ୍‌ କ୍ୱାଲିଫାୟାରରେ ଦମ୍‌ ଦେଖାଇଲା ଭାରତ, ଏସିଆ ବିଜୟୀକୁ ରୋକି ରଚିଲା ଇତିହାସ

ଏଥିସହ ଏସିଆନ୍‌ କ୍ରୀଡ଼ାରେ ଦୁଇ ଥର ପଦକ ଜିିତି ଦେଶ ପାଇଁ ସୁନାମ ଆଣିଥିବା ତୀରନ୍ଦାଜ୍‌ ତରୁଣଦୀପ ରାୟ, ହକି ଖେଳାଳୀ ଗଣେଶଙ୍କ ସମେତ ଅନ୍ୟ ୧୧ ଜଣଙ୍କ ନାମ ମଧ୍ୟ ପଦ୍ମ ପୁରସ୍କାର ପାଇଁ ବିବେଚିତ ହୋଇଥିବା ଜଣାଯାଇଛି।