ପୁରୁଣା କାଶ ଏବଂ ଥଣ୍ଡାକୁ ଭଲ କରିଥାଏ ସେପଟା, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

ଆଜିକାଲି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀରକୁ ଫିଟ୍‌ ରଖିବା ନିତାନ୍ତ ଜରୁରୀ। ପ୍ରତିଦିନ କାମରେ ବ୍ୟସ୍ତତା ଯୋଗୁଁ ନିଜ ଜୀବନଶୈଳୀ ପ୍ରତି ଆମ୍ଭେମାନେ ସଜାଗ ରହୁନାହୁଁ। ଏଥିପାଇଁ ଆମମାନଙ୍କୁ ଭୟଙ୍କର ରୋଗ ମଧ୍ୟ ହେଉଛି। ଏପରି ସବୁ କେତେକ ଗମ୍ଭୀର ରୋଗକୁ କମ୍‌ କରିବା ପାଇଁ ନିୟମିତ ଭାବେ ସେପଟା ଖାଇବା ଶରୀର ପାଇଁ ସ୍ୱାସ୍ଥ୍ୟକର। ଆଜିକାଲି ସବୁ ଫଳ ସବୁ ଋତୁରେ ବଜାରରେ ମିଳିପାରୁଛି।

– ସେପଟା ଖାଇବା ଦ୍ୱାରା ଶରୀରକୁ ଭିଟାମିନ ଏ ମିଳିବା ସହିତ ଦୃଷ୍ଟିଶକ୍ତି ମଧ୍ୟ ତୀକ୍ଷ୍ମ ହୋଇଥାଏ।

4

– ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ଶରୀରକୁ ଫାଇବର ମିଳିଥାଏ।

– ଏହା ପୋଟାପଣକୁ ଦୂର କରିବା ସହ ହୃଦ୍‌ ସମ୍ବନ୍ଧୀୟ ରୋଗ ଟାରୁ ଦୂରେଇ ରଖିଥାଏ। ଏହାଛଡା ଶରୀରରେ ସଠିକ୍‌ ରକ୍ତ ସଂଚାଳନ କରିବାରେ ସହାୟକ ହୋଇଥାଏ।

– ସେପଟାରେ ଗ୍ଲୁକୋଜର ମାତ୍ରା ଅଧିକ ରହିଥାଏ। ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ଯେଉଁମାନେ ଅଧିକ ବ୍ୟାୟାମ କରୁଛନ୍ତି ସେମାନେ ସେପଟା ଖାଇବା ଜରୁରୀ।

7

– ସେପଟାରେ ଭିଟାମିନ ଏ ଛଡା ଭିଟାମିନ ବି ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ କ୍ୟାନସର ଠାରୁ ଦୂରେଇ ରଖିଥାଏ।

– ସେପଟାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଅନ୍ୟ ପ୍ରକାରର ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରରୁ କ୍ୟାନସର ଦୂର କରିଥାଏ।

– ଏହା ଖାଇବା ଯୋଗୁଁ ଶରୀରରୁ ଆଇରନ ଏବଂ କ୍ୟାଲସିୟମର ମାତ୍ରା ଦୂର ହୋଇଥାଏ। ଯାହା ହାଡକୁ ମଜବୁତ କରିଥାଏ। ଯେଉଁମାନଙ୍କୁ ହାଡଜନିତ ଯନ୍ତ୍ରଣା ରହିଛି ସେମାନେ ନିୟମିତ ଭାବେ ସେପଟା ଖାଇବା ଉଚିତ।

ଏହାସହ ପଢନ୍ତୁ ; ମାସିକ ଋତୁଚକ୍ରରେ ଅନିୟମିତତା ଦେଖାଦେଉଛି କି ? ପିଅନ୍ତୁ ସଦାବିହାରୀ ପତ୍ର ରସ

8

– ସେପଟାରେ ଅନେକ ପ୍ରକାରର ଆଣ୍ଟି ଭାଇରାଲ, ଆଣ୍ଟି ପରସିଟିକ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ଶରୀରକୁ ବ୍ୟାକ୍ଟେରିଆକୁ ପ୍ରବେଶ କରିବାକୁ ଦିଏନାହିଁ।

– ପୁରୁଣା ଖାସ୍‌ ଏବଂ ଥଣ୍ଡାକୁ ଦୂର କରିବା ପାଇଁ ସେପଟା ରାମବାଣ। ଏହାକୁ ଖାଇବା ଦ୍ୱାରା ପୁରୁଣା ଖାସ୍‌ ହେବାରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.