ଓ୍ଵାର୍ଲ୍ଡ କପ୍ କ୍ୱାଲିଫାୟାରରେ ଦମ୍ ଦେଖାଇଲା ଭାରତ, ଏସିଆ ବିଜୟୀକୁ ରୋକି ରଚିଲା ଇତିହାସ
ଭାରତ ଏବଂ କାତାର ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ଫିପା ବିଶ୍ୱକପ୍-୨୦୨୨ ମ୍ୟାଚ୍ ଡ୍ର ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଫୁଟବଲ୍ ଦଳ କୌଣସି ଗୋଲ୍ କରିପାରିନାହାନ୍ତି। ଫଳରେ ଉଭୟଙ୍କ ସ୍କୋର ୦-୦ ରହିଛି।
ଗ୍ରୁପ-ଇରେ ସ୍ଥାନ ପାଇଥିବା ଭାରତ ମଙ୍ଗଳବାର ଦୋହାସ୍ଥିତ ଜସିମ୍ ବିନ୍ ହମିଦ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ୬୩ ମାନ୍ୟତାପ୍ରାପ୍ତ କାତାର ବିପକ୍ଷ ମ୍ୟାଚ୍କୁ ଗୋଲ୍ ଶୂନ୍ୟ ଭାବେ ଅମୀମାଂସିତ ରଖିବାକୁ ସମର୍ଥ ହୋଇଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି।
ଏହାସହ ପଢନ୍ତୁ: ଏବେ ମାତ୍ର ୫୦ ଟଙ୍କାରେ ଖାଦ୍ୟ ଯୋଗାଇବ ରେଳ ବିଭାଗ
ପ୍ରଥମ ମ୍ୟାଚ୍ରେ ଓମାନ୍ଠାରୁ ୧-୨ ଗୋଲ୍ରେ ହାରିଥିବା ଭାରତ ଏଠାରେ ପୂର୍ବ ଭୁଲକୁ ସୁଧାରି ନେଇଥିଲା। ଆରମ୍ଭରୁ ଚମତ୍କାର ଖେଳି ନିଜଠୁ ୪୦ ସ୍ଥାନ ଉଚ୍ଚ ମାନ୍ୟତା ଦଳ କାତାରକୁ ଅଟକାଇଥିଲା ଭାରତ। ଏହି ମ୍ୟାଚ୍ରେ ଭାରତ ଗୋଲ୍ ପୋଷ୍ଟକୁ ଏସୀୟ ବିଜୟୀ କାତାର ୨୭ ଥର ଆକ୍ରମଣ କରିଥିଲା। ମାତ୍ର ଆକ୍ରମଣକୁ ଅଟକାଇବାରେ ଗୋଲରକ୍ଷକ ଗୁରୁପ୍ରୀତ୍ ସିଂହ ସାନ୍ଧୁ ସଫଳ ହୋଇଥିଲେ। ଅନ୍ୟପଟେ ଭାରତ ୨ ଥର କାତାର ଗୋଲ୍ ପୋଷ୍ଟକୁ ଆକ୍ରମଣ କରିବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ରେ ସାନ୍ଧୁଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଛି।
ଏ ଅବସରରେ ଭାରତୀୟ ଫୁଟବଲ୍ ଟିମ୍ ଅଧିନାୟକ ଟ୍ଵିଟ୍ କରି ଖୁସିବ୍ୟକ୍ତ କରିଛନ୍ତି।
Dear India, THAT is my team and THOSE are my boys! Cannot describe how proud I am at this moment. Not a big result for the table, but in terms of a fight, as big as it can get. Huge credit to the coaching staff and the dressing room. #QATIND
— Sunil Chhetri (@chetrisunil11) September 10, 2019