ଭାରତୀୟ ମହିଳା ଫୁଟବଲ ଟିମ୍ ପାଇଁ ସୁନ୍ଦରଗଡରୁ ମନୋନୀତ ହେଲେ ମଞ୍ଜୁ ଗଞ୍ଜୁ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ସମ୍ବଲପୁର: ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଏକ ମାତ୍ର ଓଡ଼ିଆ ଖେଳାଳି ମଞ୍ଜୁ ଗଞ୍ଜୁ ସ୍ଥାନ ପାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବେମଡ଼ା ଗାଁର ମଞ୍ଜୁ ପୂର୍ବରୁ ୨୦୧୭ ମସିହାରେ ୧୪ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ ଥିଲେ। ଏବେ ପୁଣି ୧୭ ବର୍ଷ ଦଳରେ ଚୟନ ଶିବିର ପାଇଁ ମନୋନୀତ ହୋଇଛନ୍ତି। ୨୦୦୬ରେ ସେ ପ୍ରଥମ ଥର ଲାଗି ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ ଶିବରରେ ସାମିଲ ହୋଇ, ଲୋକଲୋଚନକୁ ଆସିଥିଲେ। ଏବେ ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଯୋଗ ଦେବାକୁ ଗୋଆ ଯାଇଛନ୍ତି ମଞ୍ଜୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like