ଏଣିକି ପୋଷ୍ଟ ଅଫିସରେ ଆପଣ ମାତ୍ର ୨୦ ଟଙ୍କାରେ ଖୋଲିପାରିବେ ସେଭିଙ୍ଗ୍ ଆକାଉଣ୍ଟ ବା ଜମା ଖାତା। ବ୍ୟାଙ୍କ ଚାର୍ଜ ଅପେକ୍ଷା ଏହି ଚାର୍ଜ ବହୁତ କମ୍। ପୋଷ୍ଟ ଅଫିସର ଏହି ଖାସ୍ ସେଭିଙ୍ଗ୍ ଆକାଉଣ୍ଟର ଖାସ୍ କଥା ହେଉଛି, ଏଠାରେ ଅତି କମରେ ମାତ୍ର ୫୦ ଟଙ୍କା ବାଲାନ୍ସ ରଖିବାକୁ ପଡ଼ିବ। ପୋଷ୍ଟ ଅଫିସର ସେଭିଙ୍ଗ୍ ଆକାଉଣ୍ଟ ପୂରା ବ୍ୟାଙ୍କର ସେଭିଙ୍ଗ୍ ଆକାଉଣ୍ଟ ଭଳି ହୋଇଥାଏ। ଏଠାରେ ଆପଣଙ୍କୁ ଏଟିଏମ୍ ଏବଂ ଚେକ୍ ବୁକର ସୁବିଧା ମଧ୍ୟ ମିଳିବ। ତେବେ ଆସନ୍ତୁ ଜାଣିବା, ଏହି ଆକାଉଣ୍ଟର କ’ଣ ରହିଛି ସ୍ୱତନ୍ତ୍ରତା, ଯାହା ପୋଷ୍ଟ ଅଫିସର ସେଭିଙ୍ଗ୍ ଆକାଉଣ୍ଟକୁ ଖାସ୍ କରିଥାଏ। ଆଉ କେମେତି ଖୋଲିଥାଏ ଏହି ଆକାଉଣ୍ଟ।
ଏହି ସେଭିଙ୍ଗ୍ ଆକାଉଣ୍ଟ ଦେଶର ଯେକୌଣସି ପୋଷ୍ଟ ଅଫିସରେ ଟ୍ରାନ୍ସପର କରାଯାଇପାରିବ। ପୋଷ୍ଟ ଅଫିସ ସେଭିଙ୍ଗ୍ ଆକାଉଣ୍ଟରେ ମିଳିବାକୁ ଥିବା ୧୦,୦୦୦ ଟଙ୍କାର ସୁଧ ସମ୍ପୂର୍ଣ୍ଣ ଭାବେ ଟ୍ୟାକ୍ସ ଫ୍ରି ବା କରମୁକ୍ତ ହୋଇଥାଏ। ପୋଷ୍ଟ ଅଫିସରେ ସେଭିଙ୍ଗ୍ ଆକାଉଣ୍ଟ ଖୋଲିବା ପାଇଁ ଏକ ଫର୍ମ ଭରିବାକୁ ପଡ଼େ। ଏହି ଫର୍ମ ପୋଷ୍ଟ ଅଫିସ ଛଡ଼ା ବିଭାଗର ସାଇଟରୁ ମଧ୍ୟ ଡାଉନଲୋଡ୍ କରାଯାଇପାରିବ। ସେଭିଙ୍ଗ୍ ଆକାଉଣ୍ଟ ଖୋଲିବା ସହିତ କେଓ୍ଵାଇସିର ଆକ୍ସନ ମଧ୍ୟ ପୂରା କରିବାକୁ ପଡ଼ିବ।
ଏହାସହ ପଢ଼ନ୍ତୁ: କୋରାପୁଟରେ ପଣସ ଚିପ୍ସ କରି ସ୍ବାବଲମ୍ବି ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ବଜାରରେ ବଢୁଛି ଗ୍ରାହକଙ୍କ ଚାହିଦା
ଆଇଡି ପ୍ରୁଫରେ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ରାଶନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଆଦି ଡକ୍ୟୁମେଣ୍ଟ ଦରକାର ପଡ଼ିଥାଏ। ଠିକଣା ପ୍ରମାଣ ପତ୍ରରେ ବ୍ୟାଙ୍କ ପାସବୁକ, ପାସପୋର୍ଟ, ରାଶନ କାର୍ଡ, ଇଲେକ୍ଟ୍ରି ବିଲ୍, ଫୋନ୍ ବିଲ୍, ଆଧାର କାର୍ଡ ଦେବା ଜରୁରୀ। ଏହାସହିତ ଲାଟେଷ୍ଟ ପାସପୋର୍ଟ ସାଇଜ୍ ଫଟୋ ଏବଂ ଜଏଣ୍ଟ ପାସବୁକରେ ସମସ୍ତ ଜଏଣ୍ଟ ଆକାଉଣ୍ଟଧାରୀଙ୍କ ଫଟୋ ଦରକାର ହୋଇଥାଏ।
ଚେକ୍ ସୁବିଧା ଥିବା ଆକାଉଣ୍ଟକୁ ଆପଣ ୫୦୦ ଟଙ୍କାରେ ଖୋଲିପାରିବେ। ପରେ ଆକାଉଣ୍ଟରେ ଅତି କମରେ ୫୦୦ ଟଙ୍କାର ବାଲାନ୍ସ ରହିବା ଜରୁରୀ। ବିନା ଚେକ୍ ବାଲା ସେଭିଙ୍ଗ୍ ଆକାଉଣ୍ଟ କେବଳ ୨୦ ଟଙ୍କାରେ ଖୋଲିପାରିବ। ୨ କିମ୍ବା ୩ଜଣ ବ୍ୟକ୍ତି ଏକାସଙ୍ଗେ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ସେଭିଙ୍ଗ୍ ଆକାଉଣ୍ଟକୁ ଚାଲୁ ରଖିବା ପାଇଁ ୩ ଆର୍ଥିକ ବର୍ଷରେ ଅତି କମରେ ଥରେ ନେଣଦେଣ ହୋଇଥିବା ଜରୁରୀ।