Below header

୯ ଟଙ୍କା ଚକ୍କରରେ ବସ କଣ୍ଡକ୍ଟରଙ୍କୁ ହେଲା ୧୫ ଲକ୍ଷ ଟଙ୍କାର କ୍ଷତି, ଜାଣନ୍ତୁ ପୁରା ଘଟଣା

ସାଧରଣତଃ ବସରେ ଯାତ୍ରା କରୁଥିବା ଲୋକମାନେ ବେଳେବେଳେ କଣ୍ଡକ୍ଟରକୁ ପଇସା ତ ଦେଇ ଦିଅନ୍ତି କିନ୍ତୁ ତାଙ୍କଠାରୁ ଟିକେଟ ନେବାକୁ ଭୁଲି ଯାଇଥାନ୍ତି କିମ୍ବା ବସ କଣ୍ଡକ୍ଟର ନିଜେ ହିଁ ଟିକେଟ ଦେଇନଥାନ୍ତି । ଏହା ଦ୍ୱାରା ଟିକେଟ ଚେକିଂ ସମୟରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ଅନେକ ସମୟରେ ତାଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡ଼ିଥାଏ । କିନ୍ତୁ ଗୁଜୁରାଟରେ ଏହାର ବିପରୀତ ଘଟଣା ଘଟିଛି । ଏଠାରେ ଏକ ବସ କଣ୍ଡକ୍ଟର ଯାତ୍ରୀଙ୍କୁ ୯ ଟଙ୍କାର ଟିକେଟ ନଦେବା କାରଣରୁ ତାଙ୍କୁ ୧୫ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଛି।

ଏହି ଘଟଣା ୧୬ ବର୍ଷ ତଳର ଅଟେ । ସୂଚନା ଅନୁଯାୟୀ ୫ ଜୁଲାଇ ୨୦୦୩ରେ ଗୁଜୁରାଟ ରାଜ୍ୟ ସଡକ ପରିବହନ ନିଗମର ଏକ ବସରେ ହଠାତ ନିରୀକ୍ଷଣ ସମୟରେ ଏକ ବିନା ଟିକେଟ ଥିବା ଯାତ୍ରୀ ନଜରକୁ ଆସିଥିଲେ । ଏହି ବସର କଣ୍ଡକ୍ଟର ଥିଲେ ଚନ୍ଦ୍ରକାନ୍ତ ପଟେଲ । ପଚରାଉଚୁରା କରିବାରୁ ଯାତ୍ରୀ ଜଣକ କହିଥିଲେ କି ସେ ଟିକେଟର ପଇସା ଦେଇଛନ୍ତି କିନ୍ତୁ କଣ୍ଡକ୍ଟର ତାଙ୍କୁ ଟିକେଟ ଦେଇନାହିଁ । ଏହାପରେ ଗୁଜୁରାଟ ରାଜ୍ୟ ସଡକ ପରିବହନ ନିଗମ କଣ୍ଡକ୍ଟର ଚନ୍ଦ୍ରକାନ୍ତ ପଟେଲଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ । ଏହି ତଦନ୍ତରେ ଚନ୍ଦ୍ରକାନ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ଯାହାପରେ ପରିବହନ ନିଗମ ଚନ୍ଦ୍ରକାନ୍ତଙ୍କର ଦରମା କାଟିଦେଇଥିଲେ । ଯାହାଦ୍ୱାରା ତାଙ୍କୁ ୧୫ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଥିଲା ।

ପରିବହନ ନିଗମ ଅନୁଯାୟୀ ବର୍ତ୍ତମାନ ଚନ୍ଦ୍ରକାନ୍ତ ପଟେଲଙ୍କୁ ତାଙ୍କର ବାକି ଜୀବନ ସେହି ଦରମାରେ କାଟିବାକୁ ପଡିବ । ସଡକ ପରିବହନ ନିଗମ ଅଧିକାରୀଙ୍କ ମତରେ ଚନ୍ଦ୍ରକାନ୍ତ ଅନେକ ଯାତ୍ରୀମାନଙ୍କ ସହ ଏପରି କରିଥିଲେ କିନ୍ତୁ ତାଙ୍କୁ ଚେତାବନୀ ଦିଆଯାଇ ଛଡାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.