Below header

ପଞ୍ଜାବକୁ ହରାଇ ହାଇଦ୍ରାବାଦର କ୍ରମାଗତ ଚତୁର୍ଥ ବିଜୟ, ଏପଟେ ଗୁଜରାଟର ବିସ୍ଫୋରକ ବ୍ୟାଟିଂରେ ଚେନ୍ନାଇ ଧରାଶାୟୀ

ଡେଭିଡ ମିଲର ଓ ରସିଦ ଖାନଙ୍କ ବିସ୍ଫୋରକ ବ୍ୟାଟିଂରେ ଚେନ୍ନାଇ ଧରାଶାୟୀ । ୧୭୦ରନର ଟାର୍ଗେଟକୁ ଗୁଜରାଟ ୭ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଡେଭିଡ ମିଲର ୯୪ ରନ କରିଥିବା ବେଳେ ରସିଦ ଖାନ ୪୦ ରନ କରିଥିଲେ । ଚେନ୍ନାଇ ସୁପର କିଙ୍ଗସ୍‌ ୫ ଓ୍ଵିକେଟ ହରାଇ ୧୬୯ ରନ କରିଥିଲା । ଓପନର ଋତୁରାଜ ଗାଏକଓ୍ଵାଡ ସର୍ବାଧିକ ୭୩ ରନ କରିଥିଲେ । ରାୟୁଡୁ ୪୬ ରନ କରିଥିଲେ । ଗୁଜରାଟ ପଏଣ୍ଟ ଟେବୁଲର ଟପ୍‌ରେ ରହିଛି ।

ପଞ୍ଜାବକୁ ହରାଇ ହାଇଦ୍ରାବାଦର କ୍ରମାଗତ ଚତୁର୍ଥ ବିଜୟ ।ଉଭୟ ବୋଲିଂ ଓ ବ୍ୟାଟିଂରେ ନିଜର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛି ସନରାଇଜର୍ସ ହାଇଦ୍ରାବାଦ । ପଞ୍ଜାବ କିଙ୍ଗସକୁ ୭ ଓ୍ଵିକେଟରେ ହରାଇଛି ସନରାଇଜର୍ସ । ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି ହାଇଦ୍ରାବାଦ । ହାଇଦ୍ରାବାଦ ବିଜୟରେ ଉମରାନ ମଲ୍ଲିକ ଓ ଭୁବନେଶ୍ୱର କୁମାରଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି । ପ୍ରଥମେ ବ୍ୟାଟିଂ କରି ଲିଭିଙ୍ଗଷ୍ଟୋନ ୬୦ ରନ ବଳରେ ୧୫୧ ରନରେ ଅଲଆଉଟ ହୋଇଥିଲା । ଜବାବରେ ମାରକ୍ରମଙ୍କ ଅପରାଜିତ ୪୧ ରନ ଓ ପୁରନଙ୍କ ୩୫ ରନରେ ବଳରେ ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ହାଇଦ୍ରାବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.