Below header

ପ୍ରତିଶୋଧ ନେଲା ନାଗୁଣୀ, ନାଗକୁ ମାରିଥିବା ବ୍ୟକ୍ତିକୁ କଲାଣି ୭ ଥର ଦଂଶନ

ଆପଣ ନିଶ୍ଚୟ ଏହି କଥା ଶୁଣିଥିବେ, ‘ରଖେ ହରି ତ ମାରେ କିଏ ମାରେ ହରି ତ ରଖେ କିଏ’ । ଆଜ୍ଞା ହଁ, ଯାହାକୁ ଈଶ୍ୱର ରକ୍ଷା କରିବ ତାର କେହି କିଛି କରିପାରିବେ ନାହିଁ । ଏପରି ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାମପୁରରେ । ଆମେ କୌଣସି ଫିଲ୍ମର କଥା କହୁନୁ। ଜଣେ ବ୍ୟକ୍ତିଙ୍କ ଦାବି ତାଙ୍କ ସହ ବାରମ୍ବାର ଘଟୁଛି ଏହି ଅଘଟଣ। ଥରେ କି ଦୁଇଥର ନୁହେଁ, ୭ ସାତ ଥର ଏ ବ୍ୟକ୍ତି ଜଣଙ୍କୁ ସାପ କାମୁଡିଲାଣି। ସିଏ ପୁଣି ଏକ ନିର୍ଦ୍ଧିଷ୍ଟ ସାପ। ଯାହାର ସାଥୀରୁ ଦିନେ ସିଏ କୋଦାଳରେ ହାଣି ମାରି ଦେଇଥିଲେ। ତେବେ ତାଙ୍କ କଥାରେ କେତେ ସତ୍ୟତା ଅଛି ଆସନ୍ତୁ ଜାଣିବା।

ଆପଣ ପ୍ରାୟତଃ ସିନେମାରେ ଦେଖିଥିବେ ଯେ ଯଦି ଜଣେ ବ୍ୟକ୍ତି ନାଗକୁ ମାରିଦିଏ, ତେବେ ନଗୁଣୀ ସେହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଶାନ୍ତିରେ ବସି ରହି ନଥାଏ। ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଥାନା ସ୍ବାର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି କି, ନାଗ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନାଗୁଣୀ ତାଙ୍କୁ ୭ ଥର ଦଂଶନ କରିଛି।

ବ୍ୟକ୍ତିଙ୍କ ଏହି ଆଶ୍ଚର୍ଯ୍ୟଜନକ ଦାବି ସେହି ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ବ୍ୟକ୍ତି ଜଣକ କହିଛନ୍ତି ଯେ ପ୍ରତ୍ୟେକ ଥର ସାପ କାମୁଡ଼ିବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନାକୁ ନେଇଯାଆନ୍ତି। ଆଉ ସେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥାଆନ୍ତି, କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ବ୍ୟକ୍ତି ଜଣକ କହିଛନ୍ତି ଯେ ତାଙ୍କୁ ଘରୁ ବାହାରି କାମ କରିବାକୁ ଭୟ ଲାଗୁଛି। କେଉଁ ପରିସ୍ଥିତିରେ ସାପ ତାଙ୍କୁ ଆକ୍ରମଣ କରିବ ‌ସେ ଭୟ ସବୁବେଳେ ତାଙ୍କ ମନରେ ରହୁଛି।

ଖବର ଅନୁଯାୟୀ, ରାମପୁରର ତହସିଲ ଅଞ୍ଚଳ ଅନ୍ତର୍ଗତ ମିର୍ଜାପୁର ଗାଁର ବାସିନ୍ଦା ଏହସାନ ଅଲି କହିଛନ୍ତି ଯେ, କିଛି ମାସ ପୂର୍ବେ ସେ ଗାଁର କୃଷି ଫାର୍ମରେ କାମ କରୁଥିଲେ । ହଠାତ୍ ଏକ ଯୁଗଳ କଳା ରଙ୍ଗର ସାପ ଦେଖିବାକୁ ପାଇଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ସେ ଏକ ସାପକୁ ଏକ ବର୍ଚ୍ଛା ଦ୍ୱାରା ଆକ୍ରମଣ କରିଥିଲେ ପରେ ଘଟଣାସ୍ଥଳରେ ନାଗର ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ନାଗୁଣୀ ଆକ୍ରମଣରୁ ରକ୍ଷା ପାଇଯାଇଥିଲା। ଏହା ପରେ ସେ ତାଙ୍କ ଘରକୁ ଚାଲିଆସିଥିଲେ। ସେ କେବେ ଭାବି ନଥିଲେ ଯେ ସାପକୁ ମାରିବାର ପରିଣାମ ଏପରି ଭୋଗିବେ ବୋଲି।

ଏହି ଘଟଣା ପରଠାରୁ ତାଙ୍କୁ କ୍ରମାଗତ ଭାବରେ ନାଗୁଣୀ ଆକ୍ରମଣ କରିଆସୁଛି। ପ୍ରଥମ ଆକ୍ରମଣ ନାଗୁଣୀ ୬ ମାସ ପୂର୍ବରୁ କରିଥିଲା। ଏହାରି ଭିତରେ ସେ ‌୭ଥର ସର୍ପ ଦଂଶନର ଶିକାର ହୋଇସାରିଛନ୍ତି। ତେବେ ସର୍ପର ଏହି ପ୍ରତିଶୋଧମୂଳକ ଦଂଶନ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି । ସବୁଠୁ ବଡ କଥା ହେଉଛି କି ଏହସାନଙ୍କ ସହ ଅନ୍ୟମାନେ ମଧ୍ୟ କ୍ଷେତକୁ କାମ କରିବାକୁ ଯାଇଥାନ୍ତି । ମାତ୍ର ନାଗୁଣୀ କେବଳ ଏହସାନଙ୍କୁ ହିଁ ଦଂଶନ କରିଥାଏ । ତେବେ ଏପରି ଦଂଶନ କେତେଦିନ ଚାଲିବ ତାହା ଆକଳନର ବାହାରେ ବୋଲି ବବୁଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.