Below header

ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଟାଇମ୍ସ ଅଫ୍‌ ଇଣ୍ଡିଆ ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ଓଡ଼ିଶାର ଦୌଡ଼ରାଣୀ, ଗୋଲଡେନ୍‌ ଗାର୍ଲ ଦୂତି ଚାନ୍ଦଙ୍କୁ ଆଉ ଏକ ସମ୍ମାନ । ଆଜି ତାଙ୍କୁ ମିଳିଛି ଟାଇମ୍ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଦେଶର ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର । ଆଜି ପ୍ରଦାନ କରାଯାଇଥିବା ଏହି ପୁରସ୍କାରରେ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପି.ଭି. ସିନ୍ଧୁଙ୍କୁ ସ୍ପୋର୍ଟସ ପର୍ସନ ଅଫ୍‌ ଦି ଇୟର ଭାବେ ପୁରସ୍କୃତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମହିଳା ହକି ଖେଳାଳି ରାନୀ ରାମପାଲ, କ୍ରିକେଟର୍‌ ରୋହିତ ଶର୍ମାଙ୍କ ସମେତ ବିଭିନ୍ନ ବର୍ଗରେ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୯ ବର୍ଷରେ ସେମାନଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ଦିଆଯାଇଛି ।

DUTEE-1ଫୁଟ୍‌ବଲ୍‌ ଖେଳାଳି ବାଇଚୁଙ୍ଗ ଭୁତିଆଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ଏବଂ ସୁଟର ଯଶପାଲ ରାଣା, ୧୯୮୦ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳକୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.