ପୋଲିସ୍‌ ଖସିଗଲା ପୋଲିସ୍‌ ହାତରୁ : ଲାଞ୍ଚ ନେଇ ଧରା ପଡ଼ିଥିବା କନେଷ୍ଟବଳ ଥାନା ହାଜତରୁ ମାରିଲା ଚମ୍ପଟ୍‌

କେନ୍ଦୁଝର/ଆନନ୍ଦପୁର (କେ ନ୍ୟୁଜ୍‌) : ଗୋରୁ ଗାଡ଼ି ପାର କରାଇଦେବା ଲାଗି ଲାଞ୍ଚ ନେଉଥିଲେ କନେଷ୍ଟବଳ । ଏହାର ଭିଡିଓ ଭାଇରାଲ ହୋଇଗଲା । ଆଉ କନେଷ୍ଟବଳ ଗୋପାଳ ପ୍ରସାଦ ନାୟକ ନିଲମ୍ବିତ ଓ ଗିରଫ ହେଲେ । ଏହି କନେଷ୍ଟବଳ ଜଣକ ଆଜି ଥାନା ହାଜତରୁ ଚମ୍ପଟ୍‌ ମାରିଛନ୍ତି ।

CONSTABLE-2କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାର କନେଷ୍ଟବଳ ହେଉଛନ୍ତି ଗୋପାଳ ନାୟକ । ଦଲାଲଙ୍କ ଠାରୁ ଲାଞ୍ଚ ନେଇ ଗୋରୁ ଗାଡ଼ି ପାର କରାଉଥିଲେ । ତେବେ ଏହାର ଭିଡିଓ ଭାଇରାଲ ହେଲା ଏବଂ ଖବର ପହଞ୍ଚିଲା କେନ୍ଦୁଝର ଏସ୍‌ପିଙ୍କ ନିକଟରେ । ଏସ୍‌ପି ମିତ୍ରଭାନୁ ମହାପାତ୍ର ତାଙ୍କୁ ନିଲମ୍ବିତ କରିଥିଲେ । ପରେ ତାଙ୍କୁ ପୋଲିସ୍‌ ଗିରଫ କରି ରାମଚନ୍ଦ୍ରପୁର ଥାନାରେ ରଖିଥିଲା । ହେଲେ ଆଜି ସେ ଥାନା ପରିସର ଭିତରୁ ଖସି ପଳାଇ ଯାଇଛନ୍ତି । ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.