ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବା ପରେ ନିଖୋଜ ହୋଇଗଲେ, ୫ ଦିନ ପରେ ମିଳିଲା ୫ ପରିବାରର ସଦସ୍ୟଙ୍କ ମୃତଦେହ

ବଡ଼ୌଦରା : ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ଗତ ୧ ତାରିଖରୁ ନିଖୋଜ ଥିଲେ । ଗୁଜରାଟ ନର୍ମଦା ଜିଲ୍ଲାର କେଭାଡ଼ିଆ ଠାରେ ଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବାକୁ ଆସିଥିଲେ ଏହି ପରିବାର । ହେଲେ ତା ପରଠାରୁ ସେମାନଙ୍କର ଆଉ କୌଣସି ପତ୍ତା ମିଳୁନଥିଲା । ତେବେ ଆଜି ପୋଲିସ୍‌ ଧାବୋଇ ସ୍ଥିତ ନର୍ମଦା କେନାଲ ନିକଟରୁ ସେମାନଙ୍କର ମୃତଦେହ ଉଦ୍ଧାର କରିଛି ।
କଳ୍ପେଶ ପରମାର ଏବଂ ତାଙ୍କ ପତ୍ନୀ ତୃପ୍ତିଙ୍କ ସମେତ ତାଙ୍କ ମା ଉଷା ଓ ଦୁଇ ସନ୍ତାନ ନିୟିତ ଓ ଅଥର୍ବ ଗତ ୧ ତାରିଖ ଦିନ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବାକୁ ଆସିଥିଲେ । ସେମାନେ ଫେସ୍‌ବୁକ୍‌ରେ ବୁଲାବୁଲି କରିବାର ଫଟୋ ମଧ୍ୟ ଛାଡ଼ିଥିଲେ । ତେବେ ସେମାନଙ୍କୁ ମାର୍ଚ୍ଚ ୧ ତାରିଖରେ କ୍ରିଷ୍ଣା କାଠିଆଓ୍ଵାଡ଼ା ହୋଟେଲରେ ଦେଖିବାକୁ ମିଳିଥିଲା । ଏହାପରେ ସେମାନେ ନିଖୋଜ ହୋଇ ଯାଇଥିଲେ । ସେମାନେ ଘରକୁ ନଫେରିବାରୁ ପରିବାର ପକ୍ଷରୁ ପୋଲିସ୍‌ରେ ଅଭିଯୋଗ କରାଯାଇଥିଲା । ବହୁତ ଖୋଜାଖୋଜି ପରେ ପୋଲିସ୍‌ ଆଜି ସନ୍ଦେହଜନକ ଅବସ୍ଥାରେ ସେମାନଙ୍କ ମୃତଦେହକୁ ନର୍ମଦା କେନାଲ ନିକଟରୁ ଉଦ୍ଧାର କରିଛି । ମୃତ୍ୟୁର କାରଣ ଜଣାପଡ଼ି ନାହିଁ ପୋଲିସ୍‌ ଘଟଣାର ଅନୁସନ୍ଧାନ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.