Below header

ଶ୍ରେୟସ ଆୟରଙ୍କ ଟିମ୍‌କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇବ ସଞ୍ଜୁ ସାମସନଙ୍କ ଟିମ୍‌

ଆଜିର ଆଇପିଏଲରେ ୩୦ତମ ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ସହିତ ହେବ ଟକ୍କର। ଉଭୟ ଦଳ ପାଇଁ ମ୍ୟାଚ୍ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ୫ ନଂ ସ୍ଥାନରେ ରହିଥିବା ବେଳେ ନାଇଟ ରାଇଡର୍ସ ୬ ନଂ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିଅମରେ ହେବ।

ତେଣୁ ମ୍ୟାଚ ଜିତିବା ପାଇଁ ଉଭୟ ଦଳ ଜବରଦସ୍ତ ଚେଷ୍ଟା କରିବ। ରାଜସ୍ଥାନର ଜୋସ ବଟଲର, ସଞ୍ଜୁ ସାମସନ, ଦେବଦତ୍ତ ପାଡ଼ିକଲ, ସିମରନ ହେଟମେୟର ପ୍ରମୁଖ ଫର୍ମରେ ରହିଛନ୍ତି । ତେଣୁ ରୟାଲ୍ସ ବଡ ସ୍କୋର କରିପାରିବେ। ଉଭୟ ବ୍ୟାଟିଂ ପେସ୍ ଓ ସ୍ପିନ ବୋଲିଂରେ ନାଇଟ୍ ରାଇଡର୍ସ ଶକ୍ତିଶାଳୀ । ଦଳର କେବଳ ଓପିନିଂ ନେଇ ଚିନ୍ତା ରହିଛି।

ପୂର୍ବ ମ୍ୟାଚରେ ଗୁଜରାଟ ଠାରୁ ରାଜସ୍ଥାନ ୩୭ ରନରେ ହାରିଥିବା ବେଳେ କୋଲକତା ଦିଲ୍ଲୀ ଠାରୁ ମ୍ୟାଚ ହାରିଥିଲା। ତେଣୁ ଉଭୟ ଟିମ୍‌ ଆଜି ମ୍ୟାଚ ଜିତି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ନିଶ୍ଚିତ ଚେଷ୍ଟା କରିବେ। କୋଲକତା ଏବଂ ରାଜସ୍ଥାନ ଉଭୟ ଆଇପିଏଲ୍‌ରେ ୨୫ଟି ମ୍ୟାଚ ଖେଳିଛନ୍ତି। ଆଉ ଏଥିମଧ୍ୟରୁ ୧୩ଟି କୋଲକତା ଜିତିଥିବା ବେଳେ ରାଜସ୍ଥାନ ୧୧ଟି ମ୍ୟାଚ ଜିତିଛି।

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ(ଅଧିନାୟକ), ରାଶି ଭାନ ଡର ଡୁସେନ, ସିମରନ ହେତମେୟର, ଜେମ୍ସ ନୀଶମ, ରବି ଅଶ୍ୱିନ, ପ୍ରସିଦ୍ଧ କ୍ରିଷ୍ଣା, ୟୁଝବେନ୍ଦ୍ର ଚହଲ, କୁଲଦୀପ ସେନ ।

କୋଲକତା ନାଇଟ ରାଇଡର୍ସ: ଭେଙ୍କଟେଶ ଆୟର, ଆରୋନ ଫିଞ୍ଚ, ଶ୍ରେୟାସ ଆୟର(ଅଧିନାୟକ), ସୁନିଲ ନାରାଏନ, ନିତିଶ ରାଣା, ସେଲଡନ ଜାକସନ, ଆନ୍ଦ୍ରେ ରସେଲ, ପ୍ୟାଟ୍ କମିନ୍ସ, ଉମେଶ ଯାଦବ, ଅମନ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.