Below header

ବରଯାତ୍ରୀ ଧରି ଫେରୁଥିଲା ବୋଲେରୋ…ଟ୍ରକ୍‌ ସହ ମୁହାଁମୁହିଁ ଧକ୍କାରେ ଉଡ଼ିଗଲା ୬ ଜଣଙ୍କ ପ୍ରାଣବାୟୁ; ୪ ସଙ୍କଟାପନ୍ନ

ଆମେଠିରେ ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଗାଡ଼ି ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ୪ ଜଣଙ୍କୁ ଲକ୍ଷ୍ନୌ ରେଫର୍‌ କରି ଦିଆଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାତି ପାଖାପାଖି ୧୨ଟା ୧୫ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଭାଙ୍ଗି ଚୁର୍‌ମାର ହୋଇ ଯାଇଛି। ଘଟଣାସ୍ଥଳରେ ହିଁ ୬ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ଯଦିଓ ରାତି ଗୋଟାଏ ସୁଦ୍ଧା କେବଳ ୩ ମୃତଦେହକୁ ହିଁ ଚିହ୍ନଟ କରାଯାଇ ପାରିଥିଲା।

ସୂଚନାଥାଉ କି, ବୋଲେରୋରେ ଚାଳକଙ୍କ ସମେତ ୧୦ ଜଣ ଯାତ୍ରୀ ଥିଲେ। ସମସ୍ତେ ବରଯାତ୍ରୀ ବୋଲି କୁହାଯାଉଛି। ଖବର ମୁତାବକ, ବୋଲେରୋଟି ରାୟବରେଲୀର ନସିରାବାଦ ଅଞ୍ଚଳରେ କୌଣସି ଏକ ଗାଁରୁ ବରଯାତ୍ରୀ ଧରି ଫେରୁଥିଲା। ଗାଡ଼ିର ଗତି ଅଧିକ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.