Below header

ଆଜି ଜାତୀୟ କ୍ରୀଡ଼ା ଦିବସ : ମହାନ୍ ଧ୍ୟାନଚାନ୍ଦକୁ ଦେଶ ଦେଉଛି ଶ୍ରଦ୍ଧାଞ୍ଜଳି

ଆଜି ଜାତୀୟ କ୍ରୀଡା ଦିବସ । ଅଗଷ୍ଟ ୨୯ ତାରିଖ, ଭାରତର କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ । ଧ୍ୟାନଚାନ୍ଦଙ୍କ ସମୟ ଭାରତୀୟ ହକି ପାଇଁ ସ୍ୱର୍ଣ୍ଣିମ ଯୁଗ ଥିଲା । ୧୯୨୨ ରୁ ୧୯୨୬ ପର୍ୟ୍ୟନ୍ତ ସେ ଆର୍ମୀ ପକ୍ଷରୁ ବହୁ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ୧୯୨୮ରେ ସେ ଭାରତୀୟ ଅଲିମ୍ପିକ୍ସ ହକି ଟିମ୍ ପାଇଁ ମନୋନୀତ ହୋଇଥିଲେ । ୧୯୨୮, ୧୯୩୨ ଏବଂ ୧୯୩୬ରେ ଭାରତ ଲଗାତାର ଭାବେ ଅଲିମ୍ପିକ ହକିରେ ସ୍ବର୍ଣ୍ଣ ପଦକ ଜିତିଥିଲା । ୧୯୨୬ରୁ ୧୯୪୮ ମଧ୍ୟରେ ବିଭିନ୍ନ ମ୍ୟାଚରେ ଧ୍ୟାନଚାନ୍ଦ ପ୍ରାୟ ୪୦୦ ଗୋଲ ସ୍କୋର କରିଥିଲେ । ସେ ଥରେ ବଲ୍ ଧରିଲେ ଗୋଲ୍ ନିଶ୍ଚୟ । ସେଥିପାଇଁ ତାଙ୍କୁ କୁହାଯାଏ ‘ହକି ଯାଦୁକର’ । ତାଙ୍କରି ସମ୍ମାନରେ ପ୍ରତି ବର୍ଷ ତାଙ୍କର ଜନ୍ମତିଥି ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ସାରା ଦେଶରେ ଏହି ଦିବସ ପାଳନ କରାଯିବା ସହ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.