ମହାନଦୀରେ ବନ୍ୟା ପାଣି ମାଡ଼ି ଆସୁଛି : ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଛି ୨୫ଟି ଗେଟ୍

ଭୁବନେଶ୍ବର (କେନ୍ୟୁଜ୍) : ମହାନଦୀରେ ବନ୍ୟା ପାଣି ମାଡ଼ି ଆସୁଛି । ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଫଳରେ ହୀରାକୁଦକୁ ଇନ୍ ଫ୍ଲୋ ବଢିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୨୫ଟି ଗେଟ୍ ଖୋଲାଯାଇଛି । ୪ ଲକ୍ଷ କ୍ୟୁସେକ୍ରୁ ଅଧିକ ବନ୍ୟା ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ସକାଳ ସୁଦ୍ଧା ବନ୍ୟା ଜଳ କଟକ ମୁଣ୍ଡଳୀରେ ପହଞ୍ଚିବ । ସେଠାରେ ଜଳସ୍ତର ବୃଦ୍ଧି ପାଇ ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ । ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ କୁହାଯାଇଛି । ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହାର ମୁକାବିଲା କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜରୁରିକାଳୀନ ମୁକାବିଲା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତାର ପାଇଁ ମଧ୍ୟ କୁହାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକରେ ଆଂଶିକ ବନ୍ୟା ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.