Below header

ଆଇପିଏଲରେ କରୋନା କାୟା: କୋଲକାତା ନାଇଟ ରାଇଡର୍ସର ୨ଜଣ ଖେଳାଳି ପଜିଟିଭ୍ ଚିହ୍ନଟ

ମୁମ୍ବାଇ: ଆଇପିଏଲରେ କରୋନା କାୟା। କୋଲକାତା ନାଇଟ ରାଇଡର୍ସର ୨ଜଣ ଖେଳାଳି କୋଭିଡ ପଜିଟିଭ ହେବା ଆଗାମୀ ମ୍ୟାଚଗୁଡ଼ିକ ନେଇ ସଙ୍କଟ ଦେଖାଦେଇଛି। ଆଜି କେକେଆର ଓ ଆର୍‌ସିବି ବେଙ୍ଗାଳୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି।

ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ। କରୋନାର ପ୍ରଭାବ ସତ୍ତ୍ୱେ ବାୟୋ ବବଲ୍‌କୁ ଆଧାର କରି ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲର ୨୯ଟି ମ୍ୟାଚକୁ ସଫଳତାର ସହ ଖେଳାଯାଇପାରିଥିଲା। ଚେନ୍ନାଇ ଓ ମୁମ୍ବାଇରେ ଖେଳାଯାଇଥିବା ମ୍ୟାଚ ବିନା ବାଧାରେ ଖେଳାଯାଇଥିଲା। ତେବେ ଆଜି ଅହମ୍ମଦାବାଦରେ ହେବାକୁ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.