କର୍ଣ୍ଣାଟକ ଚମରାଜନଗର ଜିଲ୍ଲା ହସ୍ପିଟାଲରେ କରୁଣ ଚିତ୍ର: ଅକ୍ସିଜେନ୍‌ ଅଭାବରୁ ୨୪ କୋଭିଡ୍‌ ରୋଗୀଙ୍କ ଜୀବନ

କର୍ଣ୍ଣାଟକ: ଅକ୍ସିଜେନ୍‌ ଅଭାବରୁ ପୁଣି ସାମନାକୁ ଆସିଲା କରୁଣ ଚିତ୍ର। ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ୨୪ କୋଭିଡ୍‌ ରୋଗୀଙ୍କ ଜୀବନ । କର୍ଣ୍ଣାଟକ ଚମରାଜନଗର ଜିଲ୍ଲା ହସ୍ପିଟାଲରେ ୨୪ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଅକ୍ସିଜେନ ଅଭାବ ଓ ଅନ୍ୟାନ୍ୟ କାରଣରୁ ରୋଗୀଙ୍କ ଜୀବନ ଯାଇଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି। ଏନେଇ ଚମରାଜନଗର ଜିଲ୍ଲାପାଳଙ୍କ ସହ କଥା ହୋଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା।

ତେବେ ଅଭିଯୋଗକୁ କର୍ଣ୍ଣାଟକ ସରକାର ଖଣ୍ଡନ କରିଛନ୍ତି । ଗତ ୨୪ ଘଣ୍ଟାରେ କର୍ଣ୍ଣାଟକରେ ୩୭ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ୨୧୭ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ୪ ଲକ୍ଷ ୨୧ ହଜା ୪୩୬ ଆକ୍ଟିଭ କେସ ରହିଛି । ଆସନ୍ତାକାଲି କ୍ୟାବିନେଟ ବୈଠକ ଡାକିଛନ୍ତି ୟେଦୁରପ୍ପା। ପୂର୍ବରୁ ଅମ୍ଲଜାନ ଅଭାବରୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୨୫ ଜଣ ଓ ଜୟପୁର ଗୋଲଡେନ୍‌ ହସ୍ପିଟାଲରେ ୨୦ ରୋଗୀଙ୍କ ଜୀବନ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.