Below header

ରଣଜୀ ଟ୍ରଫି : ଅକ୍ଷଦୀପଙ୍କୁ ରୋକି ପାରିଲେ ନାହିଁ ଓଡ଼ିଶା ବୋଲର୍, ଆଗେଇ ଗଲା ୟୁପି

ଭୁବନେଶ୍ବର (କେନ୍ୟୁଜ୍) : ଅକ୍ଷଦୀପ ନାଥଙ୍କ ଅପରାଜିତ ୧୫୧ ରନ୍ ବଳରେ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶା ଠାରୁ ଉତ୍ତର ପ୍ରଦେଶ ପ୍ରଥମ ଇନିଂସ ଅଗ୍ରଣୀ ରହିଛି । ସ୍ଥାନୀୟ କିଟ୍ ଷ୍ଟାଡିୟମରେ ଚାଲିଥିବା ମ୍ୟାଚର ଆଜି ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଉତ୍ତର ପ୍ରଦେଶ ଦଳ ୬ ୱିକେଟ୍ ହରାଇ ୩୬୧ ରନ୍ ସଂଗ୍ରହ କରିଛି । ଅକ୍ଷଦୀପ  ୨୨ଟି ଚୌକା ଓ ଗୋଟିଏ ଛକା ମାରି ଏବେବି ଅପରାଜିତ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୫୯ ଏବଂ ରିଙ୍କୁ ସିଂହ ୭୨ ରନ୍ କରିଥିଲେ ।

AKASHDEEPNATH
ଅକ୍ଷଦୀପ ନାଥ : ଅପରାଜିତ ୧୫୧

ଓଡ଼ିଶା ପ୍ରଥମ ଇନିଂସରେ ୨୫୬ ରନ୍ କରିଥିଲା । ବର୍ତ୍ତମାନ ଉତ୍ତର ପ୍ରଦେଶ ଓଡ଼ିଶା ଠାରୁ ୧୦୫ ରନରେ ଆଗୁଆ ରହିଛି । ହାତରେ ଆଉ ୪ଟି ୱିକେଟ୍ ବାକି ଥିବା ବେଳେ ଆକାଶଦୀପ ଅପରାଜିତ ଅଛନ୍ତି ।

ସେପଟେ ଓଡ଼ିଶା ପକ୍ଷରୁ କେବଳ ପେସ୍ ବୋଲର ବସନ୍ତ ମହାନ୍ତି, ରାଜେଶ ମହାନ୍ତି ଏବଂ ଦେବବ୍ରତ ପ୍ରଧାନ ଭ୍ରମଣକାରୀ ଦଳର ବ୍ୟାଟସମ୍ୟାନଙ୍କ ଉପରେ କିଛିଟା ପ୍ରଭାବ ପକାଇ ପାରିଥିଲେ । କିନ୍ତୁ ଅଲଆଉଟ୍ କରିବାକୁ ସକ୍ଷମ ହୋଇନଥିଲେ । ବସନ୍ତ ୪୪ ରନରେ ୩ଟି ଏବଂ ଦେବବ୍ରତ ଓ ରାଜେଶ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଛନ୍ତି ଅଧିନାୟକ ବିପ୍ଳବ ସାମନ୍ତରାୟ ମଧ୍ୟ କମ୍ ରନ୍ ଦେଇ ଗୋଟିଏ ସଫଳତା ପାଇଛନ୍ତି ।

ପ୍ରଥମ ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ପଏଣ୍ଟ ହରାଇଥିବା ଓଡ଼ିଶାକୁ ଆସନ୍ତା ଦୁଇ ଦିନ ଭିତରେ ଦୁଇଗୁଣ ଭଲ ଖେଳିବାକୁ ହେବ । ନଚେତ ପୂର୍ବ ମ୍ୟାଚ୍ ଭଳି କେବଳ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଯଦି ଭାଗ୍ୟ ବିଗିଡ଼ି ଯାଏ ତେବେ ସେ ପଏଣ୍ଟଟି ମଧ୍ୟ ହାତରୁ ଖସିଯିବାର ସମ୍ଭାବନା ରହିଛି । କାରଣ ଘରୋଇ ଦଳର ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ପଡ଼ିଆରେ ତାର ପୂରା ଦମ୍ ଦେଖାଇ ପାରି ନାହିଁ । ତେଣୁ ମନକୁ ଆସୁଛି କିଟ୍ ଷ୍ଟାଡିୟମରେ ଆଗରୁ ଆସି ଅଭ୍ୟାସ କରିବା ସତ୍ତ୍ବେ ପ୍ରତିପକ୍ଷ ଠାରୁ ଏଭଳି ମାତ୍ ଖାଉଛନ୍ତି କେମିତି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.