ଭୁବନେଶ୍ୱରରେ ଏଟିଏମ୍‌ ପାଇଁ ଯାଉଥିବା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌, ୨ ଗିରଫ

ଭୁବନେଶ୍ୱର : ଏଟିଏମ୍‌ ପାଇଁ ଯାଉଥିବା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । ୨ ଜଣଙ୍କୁ ଧରିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ୍‌ । ଏଟିଏମକୁ ଟଙ୍କା ନେଇ ଯାଉଥିବା ଗାଡିର ଡ୍ରାଇଭର ଓ ସହଯୋଗୀ ଥିଲେ ଲୁଟ୍‌ର ମାଷ୍ଟର ମାଇଣ୍ଡ । ନକଲି ଚାବି ସାହାଯ୍ୟରେ ଲୁଟ କରିଥିଲେ ୪୦ ଲକ୍ଷ ଟଙ୍କା । ଗିରଫ ପରେ ଜବତ ହୋଇଛି ୩୭ ଲକ୍ଷ ଟଙ୍କା ।

ସୂଚନାଯୋଗ୍ୟ, ନଭେମ୍ବର ୫ ତାରିଖରେ  ଭୁବନେଶ୍ୱର ୟୁନିଟ୍‌-୧ ଏସ୍‌ବିଆଇ ମେନ୍‌ ବ୍ରାଞ୍ଚରୁ ୨ କୋଟି ୫୮ ଲକ୍ଷ ଟଙ୍କା ଧରି ବାହାରିଥିଲା, ରାଡିଏଣ୍ଟ ଭ୍ୟାନ୍‌। ଗାଡ଼ିରେ ଡ୍ରାଇଭରଙ୍କ ସହ ଥିଲେ ୨ ଜଣ କଷ୍ଟଡିଆନ୍‌ ଓ ଜଣେ ଗନ୍‌ମ୍ୟାନ୍‌। କିଛି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ, ଜଣା ପଡିଲା ୪୦ ଲକ୍ଷ ଟଙ୍କା କମ୍‌ ରହିଛି। ଅର୍ଥାତ ୫ଲକ୍ଷ ଟଙ୍କା ଲେଖାଏଁର ୮ଟି ବଣ୍ଡଲ ଗାଏବ।

ଏହା ପରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା । ଜଣା ପଡିଲା, ମୁଖ୍ୟ ଷଡ଼ଯନ୍ତ୍ରକାରୀ ଡ୍ରାଇଭର। ପୂର୍ବରୁ ଅଜିତ୍‌ କୁମାର ସେନ୍‌ଙ୍କ ସହ ମିଶି, ରତିକାନ୍ତ ଟଙ୍କା ବାକ୍ସ ତାଲାର ଡୁପ୍ଲିକେଟ୍‌ ଚାବି ତିଆରି କରି ନେଇଥିଲେ। ୨ କଷ୍ଟଡିଆନ ଓ ଗନ୍‌ ମ୍ୟାନ ବାଟରେ ଟଙ୍କା ପୁରାଇବାକୁ ଏଟିଏମ୍‌କୁ ଯାଇଥିବା ବେଳେ ଟଙ୍କା ଲୁଟ୍‌ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.