Below header

ଭାରତର ସବୁଠୁ ମହଙ୍ଗା ସେଲିବ୍ରିଟି ! ଗୋଟିଏ ଇନ୍ସଟାଗ୍ରାମ ପୋଷ୍ଟ ପାଇଁ ବିରାଟ ନିଅନ୍ତି ଏତିକି କୋଟି ଟଙ୍କା

କ୍ରିକେଟ ଜଗତରେ ବିରାଟ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ନିଜର ଏକ ଭିନ୍ନ ଅନ୍ଦାଜ ଓ ଖେଳିବା ଶୈଳୀ ପାଇଁ ଭାରତୀୟ ବଜାରରେ ଏକ ବଡ଼ ବ୍ରାଣ୍ଡ ହୋଇଯାଇଛନ୍ତି । ଏମିତିକି ଇନ୍ଷ୍ଟଗ୍ରାମ-୨୦୨୦ ଲିସ୍ଟରେ ବିରାଟଙ୍କ ଜଲବା ଦେଖିବାକୁ ମିଳିଛି । କହିରଖିବା ଉଚିତ ହେବକି, ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବିରାଟ ହେଉଛନ୍ତି ସବୁଠାରୁ ଦାମୀ କ୍ରିକେଟର । ନିଜର ପ୍ରତିଟି ପୋଷ୍ଟ ପାଇଁ ସେ ସର୍ବାଧିକ ଚାର୍ଜ କରିଥାନ୍ତି । ଏକ୍ଷେତ୍ରରେ ବଲିଉଡ ଜଗତର ବୋଲ୍ଡ ଆକ୍ଟ୍ରେସ ପ୍ରିୟଙ୍କାଙ୍କୁ ମଧ୍ୟ ପଛରେ ଛାଡିଛନ୍ତି ବିରାଟ । ବ୍ରିଟେନ ସ୍ଥିତ ସୋସିଆଲ ମିଡ଼ିଆ ମେନେଜମେଣ୍ଟ କମ୍ପାନୀ HOPPER HQ ତରଫରୁ “INSTAGRAM RICH LIST 2020” ର ଘୋଷଣା କରାଯାଇଛି । ଏହି ଲିସ୍ଟରେ ବିରାଟଙ୍କ ନମ୍ବର ୨୬ ତମ ସ୍ଥାନରେ ରହିଛି ।

virat

ଇନ୍ଷ୍ଟଗ୍ରାମରେ ତାଙ୍କ ଫଲୋଅର୍ଷଙ୍କ ସଂଖ୍ୟା ବି ୬୬.୨ ମିଲିୟନ ରହିଛି । ଏହା ସହ ପ୍ରତି ପେଡ ପୋଷ୍ଟ ପାଇଁ ୨.୨ କୋଟି ଟଙ୍କା ନିଅନ୍ତି ବିରାଟ । ଏକ୍ଷେତ୍ରରେ ଭାରତୀୟଙ୍କ ମଧ୍ୟରେ ଟପରେ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଇନ୍ଷ୍ଟଗ୍ରାମରେ ଗୋଟିଏ ଫଟୋ ପୋଷ୍ଟ କରିବା ପାଇଁ ପ୍ରିୟଙ୍କାଙ୍କୁ ୨.୧୫ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଯଦି ଗତ କିଛି ଦିନର ରେକର୍ଡ ଦେଖାଯାଏ ତେବେ ବିଶ୍ୱସ୍ତରୀୟ ରାଙ୍କ ଲିସ୍ଟରେ ୧୯ ତମ ସ୍ଥାନରେ ଥିଲେ । ଯେବେକି କୋହଲିଙ୍କ ସ୍ଥାନ ଏହି ଲିଷ୍ଟରେ ୨୩ ତମ ସ୍ଥାନରେ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ବିରାଟଙ୍କ ସ୍ଥାନ ୨୬ରେ ଥିବା ବେଳେ ପ୍ରିୟଙ୍କା ୨୮ ତମ ସ୍ଥାନରେ ଥିଲେ ।

କହିରଖିବା ଉଚିତ ହେବକି, ଏହି ଲିଷ୍ଟର ପ୍ରଥମ ସ୍ଥାନରେ ହଲିଉଡ଼ ଷ୍ଟାର ତଥା ପୂର୍ବ ରେସଲର ଦ୍ବେନ ଜନସନଙ୍କ ନାଁ ରହିଛି । ସେ ପ୍ରତି ପୋଷ୍ଟ ପାଇଁ ୭.୫୮ କୋଟି ଟଙ୍କା ଦାବି କରିଥାନ୍ତି । ଏହି ତାଲିକାରେ ପ୍ରସିଦ୍ଧ ଖେଳାଳି କ୍ରିଷ୍ଟିୟାନୋ ରୋନାଲଡୋଙ୍କ ସ୍ଥାନ ତୃତୀୟରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.