Below header

ଲଣ୍ଡନରେ କୀର୍ତ୍ତନ ଶୁଣିବାକୁ ପହଞ୍ଚିଲେ ବିରୁଷ୍କା, ଭିଡିଓ ଭାଇରଲ

ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଲଣ୍ଡନରେ କୀର୍ତ୍ତନ ଶୋରେ ପହଞ୍ଚିଛନ୍ତି । ଜଣାଶୁଣା ଆମେରକୀୟ ଗାୟକ କୃଷ୍ଣ ଦାସଙ୍କ କୀର୍ତ୍ତନରେ ଦୁହେଁ ଯୋଗ ଦେଇଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଲଣ୍ଡନରେ ଥିବା କୃଷ୍ଣ ଦାସ କୀର୍ତ୍ତନ ଶୋ ଦେଖିବା ପାଇଁ ପହଞ୍ଚିଛନ୍ତି । ପୂର୍ବରୁ ବିଭିନ୍ନ ଧାର୍ମିକ ସ୍ଥଳମାନଙ୍କରେ ଉଭୟଙ୍କୁ ଦେଖିବାକୁ ମିଳୁଛି। ପୂର୍ବରୁ ଅନେକ ମନ୍ଦିର ଏବଂ ମଠରେ ଉଭୟେ ଯାଇ ପୂଜାର୍ଚ୍ଚନା କରିଛନ୍ତି ।

ଲଣ୍ଡନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଆମେରକୀୟ ଗାୟକ କୃଷ୍ଣ ଦାସଙ୍କ କୀର୍ତ୍ତନରେ ସେଲିବ୍ରିଟି ଯୋଡି ଭକ୍ତି ସଂଗୀତର ଆକର୍ଷଣୀୟ ମେଲୋଡିରେ ନିଜକୁ ସମ୍ପୂର୍ଣ୍ଣ ଭାବେ ହଜାଇ ଦେଇଥିଲେ। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ମେ ମାସରେ ବିରାଟ  ଏବଂ ଅନୁଷ୍କା  ମନ୍ଦିରରେ ପୂଜା କରୁଥିବାର ନଜର ଆସିଥିଲେ। ଦୁହେଁ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଥିଲେ।

ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ତା’ ପରେ ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ । ତେବେ ଏହାପୂର୍ବରୁ କୌଣସି ମ୍ୟାଚ୍‌ ନ ଥିବାରୁ ଖେଳାଳି ଏବେ କିଛି ସମୟ ବ୍ରେକ ନେଇ ନିଜ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ବେଶ୍‌ କିଛି କମାଲ୍‌ କରିପାରିନଥିଲେ କୋହଲି । ଟିମ୍‌ ୨୦୯ ରନରେ WTC  ଫାଇନାଲ ହାରିଥିଲା । ବିରାଟ କୋହଲି ପ୍ରଥମ ଇନିଂସରେ ୧୪ ରନ୍‌ ଏବଂ ଦ୍ବିତୀୟ ଇନିଂସରେ ମାତ୍ର ୪୯ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.