ବଡ ଦୁର୍ଘଟଣାରୁ ରକ୍ଷା ପାଇଲା ନୀଳାଚଳ ଏକ୍ସପ୍ରେସ, ଗରମ ଯୋଗୁଁ ବଙ୍କା ହୋଇଯାଇଥିଲା ଟ୍ରେନ୍‌ ଟ୍ରାକ

ଗରମ ଯୋଗୁଁ ବଙ୍କା ହୋଇଯାଇଥିଲା ଟ୍ରେନ ଟ୍ରାକ୍‌ । ନୀଳାଚଳ ଏକ୍ସପ୍ରେସ ଲୋକୋ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ ଟ୍ରେନ ଦୁର୍ଘଟଣାକୁ ଏଡାଇଦିଆଯାଇପାରିଲା । ଲକ୍ଷ୍ନୌର ନିଗୋହା ରେଲୱେ ଷ୍ଟେସନରେ ଟ୍ରାକ୍‌ ବଙ୍କା ହୋଇଯାଇଥିଲା ।

ବାଲେଶ୍ବର ଭଳି ବଡ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ । ଲକ୍ଷ୍ନୌର ନିଗୋହା ରେଲୱେ ଷ୍ଟେସନରେ ବଙ୍କା ହୋଇଯାଇଥିଲା ଟ୍ରାକ । ଏହି ଟ୍ରାକରେ ନୀଳାଚଳ ଏକ୍ସପ୍ରେସ ଯିବାର ଥିଲା । ଫଳରେ ଲୋକୋ ପାଇଲଟ ଝଟକା ଅନୁଭୂତ କରିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରେନକୁ ରୋକି ଦେଇଥିଲେ । ଟ୍ରେନକୁ ରୋକିବା ପରେ ଏହାର ସୂଚନା ଅଧିକାରୀଙ୍କୁ ଦେଇଥିଲେ । ପରେ ଡିଆରଏମ ପୁରା ମାମଲାର ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିଲେ ।

ନିଗୋହା ରେଲଷୱ ଷ୍ଟେସନ ନିକଟରେ ନୀଳାଚଳ ଏକ୍ସପ୍ରେସ ଏହି ବଙ୍କା ଟ୍ରାକରେ ଯାଇଥିଲା । ଫଳରେ ଲୋକୋ ପାଇଲଟ ଝଟକା ଅନୁଭୂତ କରିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ଟ୍ରେନକୁ ରୋକି ଦେଇଥିଲେ । ଟ୍ରେନକୁ ରୋକିବା ପରେ ଏହାର ସୂଚନା ରେଲୱେ ଅଧିକାରୀଙ୍କୁ ଦେଇଥିଲେ ।

ତେବେ ନୀଳାଚଳ ଏକ୍ସପ୍ରେସ ଯେଉଁଟ୍ରାକରେ ଯାଇଥିଲା, ସେହି ଟ୍ରାକର ୭ ମିଟର ପର୍ଯ୍ୟନ୍ତ ଟ୍ରାକ୍‌ ବଙ୍କା ହୋଇଯାଇଥିଲା । ଲୋକୋ ପାଇଲଟ ଝଟକା ଅନୁଭୂତ କରି ଟ୍ରେନକୁ ରୋକି ରେଲୱେ ଅଧିକାରୀଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ ।  ରେଲୱେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗରମ ଯୋଗୁଁ ଟ୍ରାକ ବଙ୍କା ହୋଇଥିବା ଖବର ଦେଇଥିଲେ । ତା’ ପରେ ଟ୍ରାକ ସଜଡାଯିବା ପରେ ଟ୍ରେନ ଗତି କରିଥିଲା ।

ଦେଶର ଅଧିକାଂଶ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଗରମ ତାୱାରେ ସିଝୁଛି ଅନେକ ରାଜ୍ୟ । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଭୀଷଣ ଗରମ । ଏଥିପାଇଁ ବାଲିଆରେ ଗରମ ଯୋଗୁଁ ରେଲୱେ ଟ୍ରାକ୍‌ ବଙ୍କା ହୋଇଯାଇଥିଲା ।

ଲୋକେ ତାତି ଏବଂ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଗତ କିଛି ଦିନ ଧରି ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ରହୁଛି । ଉତ୍ତର ପ୍ରଦେଶ ଓ ବିହାରରେ ପ୍ରବଳ ଗରମ ଓ ଲୁ କାରଣରୁ ଅଂଶୁଘାତରେ ୧୦୦ ଲୋକ ମୃତ୍ୟୁ ମୁଖରେ ପଡିଲେଣି ।

ଉତ୍ତରପ୍ରଦେଶ ବାଲିଆରେ ଗତ ୭୨ ଘଣ୍ଟା ମଧ୍ୟରେ ୫୪ ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ୩ ଦିନରେ ୪୦୦ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ମେଡିକାଲରେ ରୋଗୀଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ, ଆଉ ଆଡମିଶନ ଲାଗି ସିଟ୍ ବି ମିଳୁନାହିଁ । ସେହିପରି ପାଟନାରେ ଗତ ୨୪ ଘଣ୍ଟାରେ ପ୍ରବଳ ଗରମରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୩୫ ଜଣଙ୍କ ମୃତ୍ୟୁ ଘଟିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.