ପରକୀୟାପ୍ରୀତି କରି ଫସିଗଲେ କନେଷ୍ଟବଳ, ଚାକିରିରୁ ନିଲମ୍ବିତ କଲେ ବଲାଙ୍ଗିର ଏସ୍‌ପି

ଅସଂଯତ ଅବସ୍ଥାରେ ବଲାଙ୍ଗୀର ହାତିସାଲ ପଡ଼ାରୁ ପୋଲିସ କର୍ମଚାରୀ ଜଣଙ୍କୁ ଧରିଥିଲେ ମଞ୍ଜିତ ସିଂଙ୍କ ସ୍ତ୍ରୀ । ଘଟଣା ଜଣାପଡ଼ିବା ପରେ ମଞ୍ଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବଲାଙ୍ଗିର(କେନ୍ୟୁଜ୍): ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରୀତି । କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ । ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଗତ ୧୬ତାରିଖ ତାରିଖରେ ହତିଶାଲ ପଡାରେ ମଞ୍ଜିତ ପ୍ରେମିକାଙ୍କ ଘରୁ ଧରାପଡିଥିଲେ । ଅସଂଯତ ଅବସ୍ଥାରେ ବଲାଙ୍ଗୀର ହାତିସାଲ ପଡ଼ାରୁ ପୋଲିସ କର୍ମଚାରୀ ଜଣଙ୍କୁ ଧରିଥିଲେ ମଞ୍ଜିତ ସିଂଙ୍କ ସ୍ତ୍ରୀ । ଘଟଣା ଜଣାପଡ଼ିବା ପରେ ମଞ୍ଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ମଞ୍ଜିତ ସାତ ବର୍ଷ ପୂର୍ବରୁ ବାହା ହୋଇଥିଲେ ବି ନିଜ ପରିବାର ପ୍ରତି ଅବହେଳା କରୁଥିବା ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ସ୍ତ୍ରୀ ଓ ପୁଅକୁ ଛାଡି ପ୍ରେମିକାର ପ୍ରେମରେ ଉବୁଟୁବୁ ଥିଲେ ପୋଲିସ ବାବୁ । ଆଉ ଏବେ ପରକ୍ରିୟା ପ୍ରୀତି ପାଇଁ ଚାକିରୀ ଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.