Below header

ଇନଷ୍ଟାଗ୍ରାମରେ ୭୫ ମିଲିୟନ ଫଲୋଅର୍ସ ପାର କରିଥିବା ଏସିଆର ପ୍ରଥମ ସେଲିବ୍ରିଟି ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ତଥା ସବୁ ଝିଅଙ୍କ ହୃଦୟରେ ରାଜ କରୁଥିବା ବିରାଟ କୋହଲି ଆଧୁନିକ ଯୁଗର ସବୁଠାରୁ ଲୋକପ୍ରିୟ ଖେଳାଳି ଭାବେ କ୍ଷାତି ଅର୍ଜନ କରିଛନ୍ତି । କେବଳ ଭାରତ ନୁହେଁ , ଭାରତ ସମେତ ବାହାର ଦେଶରେ ମଧ୍ୟ କୋହଲିଙ୍କର ଯାଦୁ ବିଛେଇ ହୋଇ ଅଛି । ଦେଶ ପ୍ରତି ନିଜର ଭଲ ପାଇବା ଓ ଖେଳରେ ନିଜର ଚମତ୍କାର ପ୍ରଦର୍ଶନ ଦ୍ୱାରା ଦେଶ ବାସୀଙ୍କ ମନ ଜିଣି ନେଇଥିବା ଦିଲ୍ଲୀର ଏହି କ୍ରିକେଟର ବିରାଟ କୋହଲିଙ୍କ ନାମରେ ଅନ୍ୟ ଏକ ଉପଲବ୍ଧି ଯୋଡି ହୋଇ ଯାଇଛି । ଫଟୋ ସେୟାରିଙ୍ଗ ଆପ ଇନଷ୍ଟାଗ୍ରାମରେ ତାଙ୍କ ସହିତ ୭୫.୫ ମିଲିଅନ ଫଲୋଅର୍ସ ଯୋଡି ହୋଇ ଯାଇଛନ୍ତି ।

ଏହା ସହିତ କୋହଲିଙ୍କୁ ଫେସବୁକରେ ପାଖାପାଖି ୩୬.୯ ମିଲିଅନ ଓ ଟ୍ଵିଟରରେ ୩୭.୭ ମିଲିଅନ ଲୋକ ଫଲୋ କରୁଛନ୍ତି । ଅର୍ଥାତ ତିନୋଟି ସୋସିଆଲ ନେଟଓ୍ଵର୍କିଙ୍ଗ ସାଇଟକୁ ମିଶାଇଲେ କହୋଲିଙ୍କର ଫ୍ୟାନ ବା ଫଲୋଅର୍ସଙ୍କ ସଂଖ୍ୟା ପାଖାପାଖି ୧୫୦ ମିଲିଅନ ରହିଛି ।

ଇନ୍ସଟାଗ୍ରାମରେ ୭୫.୫ ମିଲିଅନ ଅବିଶ୍ୱସନୀୟ ଫଲୋଅର୍ସଙ୍କ ସହିତ ବିରାଟ ଇନ୍ସଟାଗ୍ରାମରେ ୭୫ ମିଲିଅନରୁ ଅଧିକ ଫଲୋଅର୍ସ ହାସଲ କରିଥିବା ପ୍ରଥମ ଏସିଆନ ସେଲିବ୍ରିଟି ଭାବରେ ନିଜ ନାମ ଦାଖଲ କରିଛନ୍ତି । କୋହଲି ଏସିଆର ଏକମାତ୍ର ବ୍ୟାଟ୍ସମ୍ୟାନ ସେଲିବ୍ରିଟି ଯିଏକି ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ଟପ୍‌ ୪୦ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ । ନିକଟରେ ସେ ସଙ୍ଗୀତକାର କାର୍ଡିଙ୍କୁ ପଛରେ ପକାଇ ୨୯ ତମ ସ୍ଥାନ ଅଧିକାର କରିଛନ୍ତି ।

ଭାରତୀୟ ଲୋକପ୍ରିୟ କ୍ୟାପଟେନ ବିରାଟ କହୋଲି ପୃଥିବୀର ସବୁଠାରୁ ଅଧିକ ଫଲୋ କରଯାଇଥିବା ଏଥଲେଟଙ୍କ ମଧ୍ୟରୁ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ସେହିଭଳି ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ରୋନାଲ୍ଡୋ, ମେସି ଓ ନେମାର ଜୁନିଅର ରହଛନ୍ତି । ସୋସିଆଲ ମିଡିଆରେ ପର୍ତୁଗାଲର ଫୁଟବଲର କ୍ରିଷ୍ଟିଓନା ରନାଲ୍ଡୋଙ୍କର ସର୍ବାଧିକ ୨୩୮ ମିଲିଅନ ଫଲୋଅର୍ସ ରହିଛନ୍ତି । ସଙ୍ଗୀତକାର ଏବଂ ଅଭିନେତା ଏରିୟାନ ଗ୍ରାଣ୍ଡେ ୧୯୯ ମିଲିଅନ ଫଲୋଅର୍ସ ସହିତ ଦ୍ୱିତୀୟ ଓ ତାଙ୍କ ପରେ ହଲିଉଡ ଷ୍ଟାର ଡ୍ରବେନ ‘ଦି ରୋକ ’ ଜୋନସନ ୧୯୪ ମିଲିଅନ ଫଲୋଅର ସହ ତୃତୀୟ ସ୍ଥାନରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.