ଆଉ ୨ ହଜାର ଟଙ୍କିଆ ନୋଟ୍ ଛପାଉନି ରିଜର୍ଭ ବ୍ୟାଙ୍କ, ବଢ଼ିଛି ୫ ଶହ ଟଙ୍କିଆ ନୋଟ୍ କାରବାର

୨ହଜାର ଟଙ୍କିଆ ନୋଟ ଛାପିବା ବନ୍ଦ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ୨୦୧୯-୨୦ ଆର୍ଥିକ ବର୍ଷରୁ ଦୁଇ ହଜାର ଟଙ୍କିଆ ନୋଟ ଛାପିବା ବନ୍ଦ କରିଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ବଜାରରେ ୩୩ହଜାର ୩୬୨ ଲକ୍ଷ ଖଣ୍ଡ ଦୁଇହଜାର ଟଙ୍କିଆ ନୋଟ ରହିଥିଲା। ୨୦୧୯ ମାର୍ଚ୍ଚକୁ ଏହା ହ୍ରାସ ପାଇ ୩୨ହଜାର ୯୧୦ ଲକ୍ଷ ଖଣ୍ଡ ରହିଥିଲା। ୨୦୨୦ ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ୨୭ହଜାର ୩୯୮ଖଣ୍ଡକୁ ଖସି ଆସିଥିବା ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶରେ ପ୍ରଚଳନ ଥିବା ମୋଟ ମୁଦ୍ରାର ୨୪ ପ୍ରତିଶତ ହେଉଛି ୨ହଜାର ଟଙ୍କିଆ ନୋଟ। ବର୍ଷକ ମଧ୍ୟରେ ଏହି ସଂଖ୍ୟା ୩ପ୍ରତିଶତ ହ୍ରାସ ପାଇଛି।

500 rupees

ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ୫୦୦ ଟଙ୍କିଆ ନୋଟ୍‌ର ବ୍ୟାପକ ପ୍ରସାରଣ ହୋଇଥିଲେ ବି, ୨୦୨୦ ମାର୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରସାରଣ ହ୍ରାସ  ପାଇଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ରେ ଆଦୌ ୨୦୦୦ ଟଙ୍କିଆ ନୋଟ୍‌ ଛାପା ହୋଇ ନ ଥିବା ବେଳେ ୧୨୦୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛାପା ହୋଇଛି। ୨୦୧୮-୧୯ ବର୍ଷରେ ରିଜର୍ଭ ବ୍ୟାଙ୍କ୍‌ ୫ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ଛାପି ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.