କରୋନା ଯୋଗୁଁ ଚାଲିଯାଇଛି କି ଚାକିରି ? ଘରେ ବସି କମାଇପାରିବେ ଟଙ୍କା

କରୋନା ମହାମାରୀ ଯୋଗୁଁ ଦେଶରେ ଅନେକ ଲୋକଙ୍କ ଚାକିରି ଚାଲିଯାଇଛି। ପ୍ରାଇଭେଟ କମ୍ପାନୀ କର୍ମଚାରୀଙ୍କ ବେତନ କାଟିବା ସହିତ କର୍ମଚାରୀଙ୍କୁ ଚାକିରିରୁ ମଧ୍ୟ ଛଟେଇ କରିଦେଇଛି। ତେବେ ଏହି ମହାମାରୀ ସମୟରେ ନୂଆ ଚାକିରି ପାଇବା ବହୁତ କଷ୍ଟକର ବ୍ୟାପାର। ତେବେ ଅନଲାଇନ ରିଟେଲକୁ ଛାଡି ସମସ୍ତ କ୍ଷେତ୍ରରେ ନିଯୁକ୍ତି ବନ୍ଦ ରହିଛି। ଏମିତି ସ୍ଥିତିରେ ଯଦି ଆପଣଙ୍କ ଟ୍ୟାଲେଣ୍ଟ ରହିଛି, ତେବେ ଘରେ ବସି ଆପଣ ପଇସା କମାଇପାରିବେ। ଏମିତି କିଛି ଉପାୟ ରହିଛି, ଯାହାଦ୍ୱାରା ଆପଣ ଘରେ ବସି ଟଙ୍କା କମାଇପାରିବେ।

ଫ୍ରିଲାନ୍ସ : ଘରେ ବସି ପଇସା କମାଇବାର ସବୁଠାରୁ ସହଜ ଉପାୟ ହେଉଛି ଫ୍ରିଲାନ୍ସ ଭାବେ ଅନ୍ୟ ଲୋକଙ୍କ ପାଇଁ କାମ କରିପାରିବେ। ଅନଲାଇନରେ ଅଗଣିତ େଓ୍ଵବସାଇଟ ରହିଛି, ଯାହା ଲୋକଙ୍କୁ ତାଙ୍କ କୌଶଳ ଏବଂ ଅନୁଭବ ଅନୁସାରେ ଫ୍ରିଲନ୍ସ କାମ କରିବାକୁ ସୁଯୋଗ ଦେଇଥାଏ। ଆପଣ ଏପରି େଓ୍ଵବସାଇଟ ବାଛିପାରିବେ, ଯାହା ଫ୍ରିଲାନ୍ସର ସୁଯୋଗ ଦେଇଥାଏ।

666

ସ୍କିଲ : ଏପରି ସମୟରେ ଆପଣ ନିଜର ଦକ୍ଷତା ବା ସ୍କିଲକୁ ବହୁତ ଭଲ ଭାବେ ପରଖିପାରିବେ। ନିଜ ସ୍କିଲକୁ ବ୍ୟବହାର କରି ଘରେ ବସି କାମ କରିପାରିବେ ଏବଂ ପଇସା କମାଇପାରିବେ।

ଶିକ୍ଷାଗତ ଯୋଗ୍ୟତା : ଆପଣ ଏପରି ସମୟରେ ନିଜର ଜ୍ଞାନର ବ୍ୟବହାର କରିପାରିବେ। ଆପଣ କୌଣସି ବି ଅନଲାଇନ ପ୍ଲାଟପର୍ମ ମାଧ୍ୟମରେ ଜଣେ ଗୁରୁ, ପରାମର୍ଶଦାତା କିମ୍ବା ଶିକ୍ଷକ ଭାବେ ନିଜର ଜ୍ଞାନ ଦେଇପାରିବେ। ଆପଣ ଏହି କାମ ଘଣ୍ଟାଏ ଘଣ୍ଟାଏ ଆଧାରରେ କରିପାରିବେ। ଯଦି ଆପଣ କୌଣସି କ୍ଷେତ୍ରରେ ଏକ୍ସପର୍ଟ ହୋଇଥାନ୍ତି, ତେବେ କୋଚିଂ କ୍ଲାସ କିମ୍ବା ଟ୍ରେନିଂ କ୍ଲାସ ମଧ୍ୟ ଦେଇପାରିବେ।

money

ଗ୍ରାଫିକ ଡିଜାଇନର : ଏମିତି ଲୋକଙ୍କ ପାଇଁ ସବୁବେଳେ ଖାଲି ପଦବୀ ବାହାରିଥାଏ। ଆପଣ ଫୁଲ ଟାଇମ ଏବଂ ଫ୍ରିଲାନ୍ସିଂ ଭଳି କାମ କରିବାର ସୁଯୋଗ ମିଳିଥାଏ। ଏହି ଫିଲ୍ଡରେ ରୋଜଗାର କରିବାର ବହୁତ ସମ୍ଭାବନା ଥାଏ।

ଇନଷ୍ଟାଗ୍ରାମ ମାର୍କେଟିଂ : ଏହା ରୋଜଗାର କରିବାର ସବୁଠାରୁ ଉତ୍ତମ ଉପାୟ। ଯଦି ଆପଣ ଫଟୋ ଏବଂ ଭିଡିଓ ଫିଲ୍ଡରେ ଭଲ ଟ୍ୟାଲେଣ୍ଟ ରଖିଥାନ୍ତି ତେବେ ଅନେକ କମ୍ପାନୀ ଇନଷ୍ଟାଗ୍ରାମ ଫିଡ ଫୁଲ କରିବାର ଅଫର ମିଳିଥାଏ।

paisa

ଆଇଟି ସ୍ପେଶାଲିଟ୍‌ : ପ୍ରତ୍ୟେକ କର୍ପୋରେଟ୍‌ ଅଫିସରେ ଆଇଟି ସ୍ପେଶାଲିଷ୍ଟର ଆବଶ୍ୟକତା ନିତାନ୍ତ ଥାଏ। ଆପଣ ଅଳ୍ପ ଟେନ୍ରିଂ ନେଇ ଆପଣ କାମ ଆରମ୍ଭ କରିପାରିବେ।

ସୋସିଆଲ ମିଡିଆ ମାର୍କେଟିଂ କନସଲଟାଣ୍ଟ : ଆଜିକାଲିର ଯୁଗରେ ସୋସିଆଲ ମିଡିଆ ପଇସା ରୋଜଗାର କରିବାର ନୂଆ ମାଧ୍ୟମ ପାଲଟିଛି। ଅନେକ କମ୍ପାନୀ ନିଜର ଏବଂ ପ୍ରଡକ୍ଟର ପ୍ରମୋସନ ପାଇଁ ସୋସିଆଲ ମିଡିଆ ମାର୍କେଟିଂ କନସଲଟାଣ୍ଟ ଆବଶ୍ୟକ ପଡିଥାଏ। ଯଦି ଆପଣ ଏହି କାମ କରିପାରିବେ ତେବେ ଏମିତି ଉପାୟରେ ଆପଣ ପଇସା ରୋଜଗାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.