Below header

ଭାରତ- ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ପାଇଁ ଆସିଲା ସମୟ, ସନ୍ଧ୍ୟା ସାଢେ ୭ରେ ଆରମ୍ଭ ହେବ ମ୍ୟାଚ୍‌

ଭାରତ- ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ପାଇଁ ଟାଇମିଂ ସାମ୍ନାକୁ ଆସିଛି । ମ୍ୟାଚ୍‌ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହୋଇ ଶେଷ ରାତି ୨.୩୦ରେ ହେବ ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତାକାଲିରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ପ୍ରଥମେ ଦୁଇଟି ଟେଷ୍ଟ,ପରେ ଦିନିକିଆ ଏବଂ ତା’ ପରେ ଟି-୨୦ ସିରିଜ ଖେଳାଯିବ । ଏଥିପାଇଁ ଟିମ୍‌ ଇଣ୍ଡିଆ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ସମୟ ବିଷୟରେ ଜଣାପଡିଛି । ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ ।

ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ସମୟ ଅନୁସାରେ ଆସନ୍ତାକାଲି ସକାଳ ୧୦ଟାରେ ଆରମ୍ଭ ହେବ । ହେଲେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ଟସ୍‌ ଟାଇମ୍‌ ସନ୍ଧ୍ୟା ୭ଟାରେ ହେବ । ପ୍ରଥମ ସେସନ ସାଢେ ୭ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ ।

ପ୍ରଥମ ସେସନ ପରେ ୪୦ ମିନିଟର ଲଞ୍ଚ ବ୍ରେକ ହେବ । ସେହିପରି ଦ୍ୱିତୀୟ ସେସନ ଭାରତୀୟ ସମୟାନୁସାରେ ରାତି ୧୦.୧୦ମିନିଟରୁ ଆରମ୍ଭ ହେବ । ଏହା ମଧ୍ୟ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ରାତି ୧୨.୧୦ରେ ସମାପ୍ତ ହେବ । ତା’ ପରେ ୨୦ ମିନିଟର ଟି ବ୍ରେକ ହେବ । ଟି ବ୍ରେକ ପରେ ଶେଷ ସେସନ ୧୨.୩୦ରୁ ଆରମ୍ଭ ହୋଇ ଶେଷ ରାତି ୨.୩୦ରେ ହେବ ।

ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ ।

ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାୟକୱାଡ, ବିରାଟ କୋହଲି, ଯଶସ୍ୱୀ ଜୟସୱାଲ, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କେଏସ୍ ଭରତ (ୱିକେଟକିପର), ଇଶାନ କିଶନ (ୱିକେଟକିପର), ଆର. ଅଶ୍ୱିନ, ଆର. ଜାଡେଜା, ଶାର୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସଇନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.