Below header

ଡ୍ର’ ସହ ବିଶ୍ୱକପ୍ ହକି ଅଭିଯାନ ଆରମ୍ଭ

ନୂଆଦିଲ୍ଳୀ : ମ୍ୟାଚ୍ ଡ୍ର’ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ । ମହିଳା ହକି ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ସହ ୧-୧ରେ ମ୍ୟାଚ୍ ଡ୍ର ରଖିଛି ଭାରତ । ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ ଦେଇ ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ଇଂଲଣ୍ଡକୁ ଚମକାଇ ଦେଇଥିଲା ଭାରତୀୟ ମହିଳା ଦଳ । ପ୍ରଥମରୁ ଭାରତ ଉପରେ ଚାପ ବିସ୍ତାର କରି ଖେଳିଥିଲା ଇଂଲଣ୍ଡ। କିନ୍ତୁ ପ୍ରଥମ ଗୋଲ ଦେଇ ଇଂଲଣ୍ଡ ଉପରେ ପାଲଟା ଚାପ ବିସ୍ତାର କରିଥିଲା ଭାରତ।

ଖେଳର ୨୫ତମ ମିନିଟରେ ନେହା ଗୋୟଲ ଭାରତ ପାଇଁ ଗୋଲ ଦେଇଥିଲେ। ଏହି ଗୋଲ ପରିଶୋଧ କରିବାକୁ ଇଂଲଣ୍ଡର ପ୍ରବଳ ଉଦ୍ୟମ ସତ୍ତ୍ୱେ ତୃତୀୟ କ୍ୱାର୍ଟର ଶେଷ ହେବା ପର୍ୟ୍ୟନ୍ତ ଭାରତ ୧-୦ରେ ଆଗୁଆ ଥିଲା। ମ୍ୟାଚର ୫୪ତମ ମିନିଟ୍ରେ ଇଂଲଣ୍ଡର ଲିଲି ଗୋଲ ପରିଶୋଧ କରି ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିଥିଲେ। ଇଂଲଣ୍ଡ ୯ଟି ପେନାଲଟି କର୍ଣ୍ଣର ପାଇଥିବାବେଳେ ଭାରତ ଗୋଟିଏ ହେଲେ କର୍ଣ୍ଣର ପାଇନଥିଲା । ଜୁଲାଇ ୨୬ରେ ଆୟରଲ୍ୟାଣ୍ଡ ବିପକ୍ଷରେ ପୁଲ ବି’ ର ଦ୍ୱିତୀୟ ମ୍ୟାଚ୍ ଖେଳିବ ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.