ବିମାନ ଦୁର୍ଘଟଣାର ୫୦ ବର୍ଷ ପରେ ଠାବ ହେଲା ମୃତ ବ୍ୟକ୍ତିଙ୍କ ଦେହ

ନୂଆଦିଲ୍ଲୀ : ୫୦ ବର୍ଷ ପରେ ଠାବ ହେଲା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ ଦେହ । ହିମାଚଳ ପ୍ରଦେଶ ଗ୍ଲାସିୟରରେ ବିମାନର କିଛି ଭଗ୍ନାବଶେଷ ସହ ମୃତ ଦେହ ଠାବ ହୋଇଛି । ଢାକା ଗ୍ଲାସିୟର ବେସ୍ କ୍ୟାମ୍ପରେ ସଫେଇ କାର୍ୟ୍ୟ ଚାଲିଥିବାବେଳେ ମୃତ ଦେହ ଠାବ କରାଯାଇଛି । ଦୁର୍ଘଟଣା ଘଟିଥିଲା ୧୯୬୮ ମସିହାରେ ।

ଭାରତୀୟ ବାୟୁସେନାର ଏକ ବିମାନ AN-୧୨ ଚଣ୍ଡିଗଡ଼ରୁ ଲେହ ଅଭିମୁଖେ ଯାତ୍ରା କରୁଥିଲା । ବିମାନରେ ଥିଲେ ୧୦୨ ଯାତ୍ରୀ । ଲେହ ପାଖାପାଖି ପହଞ୍ଚିବାବେଳେ ପାଗ ଖରାପ ଥିବା ଦେଖି ପୁଣି ପଛକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ପାଇଲଟ୍ । କିନ୍ତୁ ହଠାତ୍ ବିମାନଟି ନିଖୋଜ ହୋଇ ଯାଇଥିଲା । ଢାକା ଗ୍ଳାସିୟରରୁ ୨୦୦୩ ମସିହାର ଦୁର୍ଘଟଣାଗ୍ରସ୍ତ ଏହି ବିମାନର ଭଗ୍ନାବଶେଷ ମିଳିଥିଲା । ଇଣ୍ଡିଆନ ମାଉଣ୍ଟେନିୟରିଂ ଫାଉଣ୍ଡେସନ୍ ପକ୍ଷରୁ ସଫେଇ ଅଭିଯାନ ବେଳେ ଗତ ୧ ତାରିଖରେ ସେହି ବିମାନର କିଛି ଭଗ୍ନାବଶେଷ ଏବଂ ଏକ ମୃତଦେହ ଠାବ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.